ବିବାହ ବନ୍ଧନରେ ମୋହିତ-ଅଦିତି

ଜାନୁଆରୀ ୧ ତାରିଖରେ ଅଦିତି ଶର୍ମାଙ୍କୁ ବିବାହ କରିଛନ୍ତି ମହାଦେବ । ଏଠି ଆମେ ସିରିଏଲ ମହାଦେବର ଅଭିନେତା ମୋହିତ ରାଇନାଙ୍କ ବିବାହ କଥା କହୁଛୁ । କୌଣସି ଜାକଜମକ ନକରି ସାଧାସିଧା ବିବାହ କରିଛନ୍ତି ମୋହିତ । ନୂଆବର୍ଷରେ ବିବାହ କରି ସେ ଫ୍ୟାନ୍ଙ୍କୁ ଚମକାଇ ଦେଇଛନ୍ତି । ମୋହିତ ସେରୱାନିରେ ଖୁବ୍ ସୁନ୍ଦର ଦେଖାଯାଉଥିବାବେଳେ ଅଦିତି ଲେହେଙ୍ଗାରେ ଚମକୁଛନ୍ତି । ଦୁହେଁ ବିବାହ ପରେ ଇନଷ୍ଟାରେ ଫଟୋ ସେୟାର କରିଛନ୍ତି ।
ପତ୍ନୀ ଅଦିତି ଶର୍ମାଙ୍କ ସହ ଫଟୋ ସେୟାର କରି ସେ ଲେଖିଥିଲେ, “ପ୍ରେମ ବାଧା ବିଘ୍ନ ଦେଖେଁନାହିଁ, ଏହା ସବୁ ବାଧା ପାର କରିଥାଏ। ପିତାମାତାଙ୍କ ଆଶୀର୍ବାଦରେ ଆମେ ଏବେ ଦୁଇ ନୁହେଁ ଗୋଟିଏ। ଜୀବନର ଏହି ନୂଆ ଯାତ୍ରାରେ ଆମକୁ ଆପଣମାନଙ୍କର ସ୍ନେହ ଓ ଆଶୀର୍ବାଦ ଆବଶ୍ୟକ। ଅଦିତି ଓ ମୋହିତ।”
ସୂଚନା ଯେ, ମୋହିତ ଦେବୋ କେ ଦେବ ମହାଦେବ ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି । ତେଣୁ ବିବାହ ପରେ ଫ୍ୟାନ ମାନେ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି ।
Powered by Froala Editor