ଗଛ ଲଗାଇ ଚର୍ଚ୍ଚାରେ ଏହି ଡାକ୍ତର
ଅନୁଗୁଳ: ଅନୁଗୁଳ ଜିଲ୍ଲା ହେଉଛି ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା। ଚାରିଆଡେ କେବଳ ଖଣି ଖାଦାନ ସଙ୍ଗକୁ ବଡ଼ ବଡ଼ ଶିଳ୍ପ ଓ କଂକ୍ରିଟ ଘର। ଏହାରି ଭିତରେ ଗୋଟିଏ ଗଛ ଲଗାଇବା ଓ ତାକୁ ବଞ୍ଚାଇ ରଖିବାରେ ଅନେକ ବାଧାବିଘ୍ନ ଦେଖାଦିଏ। ହେଲେ ଏମିତି ଜଣେ ଡାକ୍ତରଙ୍କ ବିଷୟରେ ଆଜି ଆମେ କଥା ହେଉଛେ,ଯିଏ ମନୁଷ୍ୟ ପାଇଁ ଅମ୍ଳଜାନ ଓ ଗଛର ଆବଶ୍ୟକତାକୁ ଛୋଟ ବେଳୁ ପରଖି ପାରିଥିଲେ। ସେ ହେଉଛନ୍ତି ଡାକ୍ତର ଦେବାଶିଷ ପ୍ରଧାନ ।
ଅନୁଗୋଳ ସହର ମିଶ୍ରପଡା ସ୍ଥିତ ନିଜର ଡାକ୍ତରଖାନା ସୁରେନ୍ଦ୍ର ହସ୍ପିଟାଲ ଓ ବାସଗୃହର ଛାତ ଉପରେ ସେ କରିଛନ୍ତି ଏହି ସୁନ୍ଦର ବଗିଚା। ଯେଉଁଠାରେ ରହିଛି ୧୦୦୦ ପ୍ରଜାତିରୁ ରୁ ଅଧିକ ଗଛ। ଡାକ୍ତର ବଂଶାଇ ପ୍ରକ୍ରିୟାକୁ ବ୍ୟବହାର କରି ୪୦ ରୁ ଅଧିକ ବର ଜାତୀୟ ଗଛକୁ ନିଜ ଛାତ ଉପରେ ୨୦ ବର୍ଷରୁ ଅଧିକ ଗଛ ଗୁଡିକୁ ବଞ୍ଚାଇ ବାରେ ସକ୍ଷମ ହୋଇ ପାରିଛନ୍ତି। ବିଲୁପ୍ତ ହୋଇଯାଉଥିବା ଗଛ ଗୁଡିକୁ ମଧ୍ୟ ଏଠାରେ ସ୍ଥାନ ପାଇଛି। ଫୁଲ ଜାତୀୟ,କଣ୍ଟା ଜାତୀୟ, ବର ଜାତୀୟ ଗଛ ସାଙ୍ଗକୁ ବିଦେଶ ରେ ଥିବା ଗଛ କୁ ଏଠାରେ ବଞ୍ଚାଇ ବାରେ ସକ୍ଷମ ହୋଇପାରିଛନ୍ତି ଡାକ୍ତର ଦେବାଶିଷ ପ୍ରଧାନ। ପେଶା ରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ନିଶା ତାଙ୍କର ଗଛ ଲଗାଇବା। ନିଜ ସକ୍ଷମ ଅନୁସାରେ ଗଛ ଲଗାଇବା ପାଇଁ ସ୍ଥାନ ର ଅଭାବ ଥିବା ହେତୁ ,ନିଜର ଘର ଓ ଡାକ୍ତର ଖାନା କୁ ତିଆରି କରିପାରିଛନ୍ତି ଏକ ଜଙ୍ଗଲ। ଡାକ୍ତରୀ ଜୀବନରୁ କିଛି ସମୟ ବାହାର କରି ଏଠାରେ କ୍ଲାନ୍ତ ମେଣ୍ଟାନ୍ତି। ରୋଗୀ ମାନେ ମଧ୍ୟ ବୁଲି ନିଜର ମନ କୁ ଶାନ୍ତ କରିବାରେ ସହାୟକ ହୋଇପାରିଛି ଏହି ବଗିଚା।
Powered by Froala Editor