ମାଛଜାଲରେ ପଡ଼ିଛି ବିରାଟକାୟ କୁମ୍ଭୀର
ମାଲକାନଗିରି: ମାଛଜାଲରେ ପଡ଼ି ହଟହଟା ହେଉଛି ବିରାଟକାୟ କୁମ୍ଭୀର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦାଶିବପୁର ଗାଁରେ । ଗାଁ ପୋଖରୀରେ ଗ୍ରାମବାସୀ ମାଛ ଧରୁଥିବା ସମୟରେ ମାଛଜାଲରେ ମାଛ ବଦଳରେ ବିରାଟକାୟ କୁମ୍ଭୀର ପଡ଼ି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ମସô୍ୟଜୀବୀ ବିରାଟକାୟ ମାଛ ଭାବି ଉଦ୍ଧାର କରିବା ପରେ କୁମ୍ଭୀର ଜାଲରେ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ପରେ ବାଲିମେଳା ରେଞ୍ଜ ବନବିଭାଗ ତୁରନ୍ତ ପହଞ୍ଚି ଉଦ୍ଧାର କୁମ୍ଭୀରକୁ ଚିକିସôା କରିଛନ୍ତି । ଉଦ୍ଧାର କୁମ୍ଭୀରକୁ ୩ରୁ୪ ଦିନ ନଜର ରଖିବା ସହ ସୁସ୍ଥ ହେବାପରେ ଅନ୍ୟତ୍ର ଛାଡ଼ିବାକୁ ନିଷ୍ପତି ନେଇଛନ୍ତି ।
Powered by Froala Editor