ଜ୍ୟାକିଙ୍କ ସହ ନାମ ଶୁଣି ରାଗିଗଲେ ରକୁଲ, କହିଲେ ଏପରି...

ମୁମ୍ବାଇ: ଜ୍ୟାକିଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ଏସବୁ ଯାହା ଶୁଣୁଛ ସବୁ ଗୁଜବ । ଏଥିରେ ସତ୍ୟତା କିଛି ନାହିଁ । ସବୁ ମନଗଡ଼ା କାହାଣି । ଅଯଥାରେ ମୋତେ ବିବାଦକୁ ଟାଣନ୍ତୁନି । ଏବେ ମୋ ପାଖରେ ଆଦୌ ସମୟ ନାହିଁ । ମୋ ହାତରେ ୧୦ଟି ପ୍ରୋଜେକ୍ଟ ଅଛି । କାମ ଉପରେ ମୁଁ ଫୋକସ୍ କରୁଛି । ମୋତେ ଜମା ହଇରାଣ କରନ୍ତୁନି । ନିକଟରେ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ବଲିଉଡ୍ ସୁନ୍ଦରୀ ତଥା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ।
ରକୁଲଙ୍କୁ ଯେତେବେଳେ ଜ୍ୟାକିଙ୍କ ସହ ବିବାହ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ରାଗି ଯାଇଥିଲେ । ରୋକଠୋକ୍ ତାଙ୍କ ସହିତ ସମ୍ପର୍କକୁ ଖଣ୍ଡନ କରିଥିଲେ । ଏଥିସହିତ ଭବିଷ୍ୟତରେ ଏମିତି ପ୍ରଶ୍ନ ନପଚାରିବାକୁ ସେ ଅନୁରୋଧ କରିଛନ୍ତି ।
ରକୁଲ ପ୍ରୀତ ସିଂ ତାଙ୍କ ଲୁକ୍ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଗତ ବର୍ଷ ନିର୍ମାତା ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ସ୍ୱୀକାର କରିଥିଲେ । ସେ ଇନ୍ଷ୍ଟାଗ୍ରାମରେ ଜ୍ୟାକିଙ୍କ ଏକ ଫଟୋ ଶେୟାର କରି ଥ୍ୟାଙ୍କ୍ ୟୁ ମାଇଁ ଲଭ୍ ବୋଲି ଲେଖିଥିଲେ । ଏପରିକି ରକୁଲ ନିଜ ଜନ୍ମଦିନରେ ଜ୍ୟାକିଙ୍କ ସହ ସଂପର୍କକୁ ଇନଷ୍ଟାଗ୍ରାମ ଅଫିସିଆଲ କରିଥିଲେ । ହେଲେ ବର୍ତ୍ତମାନ ସେ ଏହାକୁ ଖଣ୍ଡନ କରିଛନ୍ତି । ତେଣୁ ଜ୍ୟାକି ଓ ରକୁଲଙ୍କ ଭିତରେ ବ୍ରେକ୍ ଅପ୍ ହୋଇଥିବା ଶୁଣିବାକୁ ମିଳୁଛି ।
Powered by Froala Editor