ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ବରଗଡ଼: ଶିକାରୀଙ୍କ ଫାଶରୁ ବାଦ ପଡ଼ୁନାହାନ୍ତି ବନ୍ୟଜନ୍ତୁ, ଗୋଟିଏ ପରେ ଗୋଟିଏ ଶିକାରୀ ହାତରେ ବଳିପଡ଼ୁଛି ନିରିହ ବନ୍ୟଜନ୍ତୁଙ୍କ ଜୀବନ । ବରଗଡ଼ ଜିଲ୍ଲା ଭେଡେ଼ନରୋଡ଼ ନେଗିପାଲିରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନବିଭାଗ । ଜୀବନ୍ତ ବଜ୍ରକାପ୍ତା ସହ ବନ୍ୟଜନ୍ତୁ କାରବାର କରୁଥିବା ଅଭିଯୁକ୍ତ ଅଟକ ମଧ୍ୟ ଅଟକ ରଖାଯାଇଛି । ଏହି ବଜ୍ରକାପ୍ତାକୁ ଚଢ଼ଉ କରି ଜବତ କରିଛି ଏସ୍.ଟି.ଏଫ୍ । ଏନେଇ ବରଗଡ଼ ଡ଼ିଏଫଓ ଙ୍କୁ ସୂଚନା ଦେବାପରେ ଏହି ବଜ୍ରକାପ୍ତାକୁ ଡ଼ିଏଫଓଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଏବେ ବନବିଭାଗ ପକ୍ଷରୁ କଡ଼ାକଡ଼ି ନଜର ରଖାଯାଇଥିବା କଥା ଡ଼ିଏଫଓ ସୂଚନା ଦେଇଛନ୍ତି, କିପରି ଏ ର୍ୟାକେଟକୁ ରୋକାଯାଇପାରିବ ସେଥିପାଇଁ ଉଚିତ ପନ୍ଥା ଅବଲମ୍ବନ କରିବ ବରଗଡ଼ ବନବିଭାଗ ।
୧୯୭୨ ବନ୍ୟଜୀବ ସଂରକ୍ଷଣ ଆଇନ ଯେତେ କଡ଼ାକଡ଼ି କରିଲେ ମଧ୍ୟ ଶିକାରୀଙ୍କ ଭୟ ନାହିଁ ଆଇନକୁ ନୀର୍ଭୟରେ ଶିକାର କରୁଛି ଶିକାରୀ । ଏହି ଆଇନକୁ ଅଧିକ କଡ଼ାକଡ଼ି କରାଯାଇ ଏ ଅପରାଧକୁ ରୋକିବାକୁ ପଡ଼ିବ ନଚେତ ଦିନ ଆସିବ ଆମ ବନ୍ୟଜନ୍ତୁ ଙ୍କୁ କେବଳ ସଂରକ୍ଷଣାଗାର ମଧ୍ୟରେ ଦେଖିବାକୁ ମିଳିବ ।
Powered by Froala Editor