ଡିସିପି ଅଫିସ୍ ସିଲ୍ କଲା ବିଏମସି
ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି କରୋନା । ଧୀରେଧୀରେ ବୃଦ୍ଧି ପାଉଛି କାରନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାରୁ ଏହାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । ତେବେ ଆଜି ଓଡିଶାରେ ୫୦୦ପାର୍ କରିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୬୮୦ କରୋନା ପଜିଟିକ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଏହାରି ଭିତରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସକୁ ବିଏମ୍ସି ସିଲ୍ କରିଛି । ଏକାଧିକ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଡିସିପି ଅଫିସ୍ ସିଲ କରିଛି ବିଏମସି୍ । ଏହି ଡିସିପି ଅଫିସକୁ ୪ଓ ୫ତାରିଖ ଅର୍ଥାତ ୨ଦିନ ଧରି ବିଏମସି ପକ୍ଷରୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବିଏମ୍ସିର ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର ।
ଡିସିପି କାର୍ଯ୍ୟାଳୟର ପ୍ରାୟ ୧୦ରୁ ଅଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଏବେ ବାହାରୁ ଅନ୍ୟମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଏଥିସହ ଭିତରେ ଯେଉଁ କର୍ମଚାରୀ ଭିତରେ ଅଛନ୍ତି ସମସ୍ତଙ୍କ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ସେମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଅନୁମତି ମିଳିନି । ବିଏମସିର ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟାଳୟ ଭିତରେ ହିଁ ରହିବାକୁ କୁହାଯାଇଛି ।
Powered by Froala Editor