ଦିଅର ସନ୍ନି କୌଶଲଙ୍କ ଫଟୋରେ ଜବରଦସ୍ତ କମେଣ୍ଟ ଦେଲେ କ୍ୟାଟ୍ରିନା

ମୁମ୍ବାଇ: ଦିଅର ସନ୍ନି କୌଶଲଙ୍କ ଉପରେ ଫିଦା ହେଲେ ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା କୈଫ୍ । ନିକଟରେ ସନ୍ନି ସୋସିଆଲ୍ ମିଡିଆରେ ଛାଡ଼ିଥିବା ଏକ ଫଟୋରେ କ୍ୟାଟ୍ରିନା ଜବରଦସ୍ତ କମେଣ୍ଟ ଦେଇଛନ୍ତି । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ଜଣେ ୟୁଜର୍ସ କ୍ୟାଟ୍ରିନାଙ୍କ କମେଣ୍ଟର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଶ୍ରେଷ୍ଠ ଦିଅର-ଭାଉଜ ଯୋଡି।
ସୂଚନା ମୁତାବକ, ନିକଟରେ ସନ୍ନି କୌଶଲ ସୋସିଆଲ୍ ମିଡିଆରେ କିଛି ଫଟୋକୁ ପୋଷ୍ଟ କରିଥିଲେ । ଏହି ଫଟୋରେ ସନ୍ନିଙ୍କୁ ରୟାଲ ଲୁକ୍ରେ ଦେଖିବାକୁ ମିଳିଥିଲା । ସେ ଏଥିରେ ବ୍ରାଉନ କଲର୍ର ଏଥେନିକ୍ ଆଉଟ୍ଫିଟ୍ରେ ବେଶ୍ ଷ୍ଟାଇଲିସ୍ ନଜର ଆସିଥିଲେ । ଏହି ଫଟୋକୁ ପୋଷ୍ଟ କରି ସନ୍ନି କ୍ୟାପସନ୍ରେ ଲେଖିଥିଲେ, ରାଜା ଭଳି ପୋଜ୍ ଦିଅ ଏବଂ ଯୋଦ୍ଧା ଭଳି ପୋଷାକ ପିନ୍ଧ । ତାଙ୍କର ଏହି ଫଟୋକୁ ଦେଖି ଏବେ ତାଙ୍କ ଭାଉଜ କ୍ୟାଟ୍ରିନା ଫିଦା ହୋଇପଡିଛନ୍ତି । ସେ ସନ୍ନିଙ୍କ ଫଟୋରେ ଲେଖିଛନ୍ତି ‘ଭାଇବ୍ ହେ ଭାଇବ୍’।
Powered by Froala Editor