ଧୀରେଧୀରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ପୁରୀକୁ ଫେରିଛି କଣ୍ଟେନମେଣ୍ଟ
ପୁରୀ: କରୋନାର ନୂଆ ଭାରିଆଣ୍ଟ ଓମାଇକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାବେଳେ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି । ଓଡିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧୀରେଧୀରେ ବଢୁଛି । ଏଥିପାଇଁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି ।
ଗତକାଲି ପୁରୀରେ ୩ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ପ୍ରଶାସନ କଡା ପଦକ୍ଷପ ନେଇଛି । ପୁରୀକୁ ଫେରିଛି କଣ୍ଟେନମେଣ୍ଟ । ପୁରୀ ବେଳାଭୂମି ନିକଟ ୧୧ ନଂ ୱାର୍ଡରେ ଥିବା ଏକ ହୋଟେଲରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହୋଟେଲ୍ର ୨ କର୍ମଚାରୀ ଓ ଜଣେ ବଙ୍ଗୀୟ ପର୍ଯ୍ୟଟକ ଅଛନ୍ତି । ଗତ ୨ ଦିନ ତଳେ ଏହି ୩ ଜଣଙ୍କ ସାମ୍ପଲ ଜିନମ ସିକୁ୍ୟଏନ୍ସିଂ ପାଇଁ ପଠାଯାଇଥିବା ବେଳେ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିଲା ପ୍ରଶାସନ । ଏବେ ସେମାନେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ସମ୍ପୃକ୍ତ ହୋଟେଲ ନିକଟସ୍ଥ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଜାନୁଆରୀ ୩ ତାରିଖ ସକାଳ ୭ଟାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ଅଂଚଳର ଲୋକମାନେ ବାହାରକୁ ବୁଲାବୁଲି କରିବାକୁ ବାରଣ କରାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟବଶ୍ୟକୀୟ ସାମଗ୍ରୀ ବିଭିନ୍ନ ଟିମ୍ ଜରିଆରେ ପଠାଇବାକୁ ପୁରୀ ମୁ୍ୟନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏହା ସହିତ ସେହି ହୋଟେଲର ଅନ୍ୟ କର୍ମଚାରୀମାନଙ୍କ ନମୁନା ଟେଷ୍ଟ ପାଇଁ ପଠାଯାଇଛି ।
Powered by Froala Editor