ଆଇଏଏସ ସ୍ତରରେ ଅଦଳବଦଳ : ଜାଣନ୍ତୁ କିଏ ହେଲେ ସମ୍ବଲପୁର ନୂଆ ଜିଲ୍ଲାପାଳ...
ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି । ସମ୍ବଲପୁର ଏଡିଏମଙ୍କୁ ଦାୟିତ୍ବ ହସ୍ତାନ୍ତର କରି ରିଲିଭ ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ରାଉରକେଲା ମହାନଗର ନିଗମର କମିଶନର ଭାବେ ୨୦୧୮ ବ୍ୟାଚ ଆଇଏଏସ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ସେ ମଧ୍ୟ ଅତିରିକ୍ତଭାବେ ରାଉରକେଲା ସ୍ମାର୍ଟସିଟି ଲିମିଟେଡର ସିଇଓ, ରାଉରକେଲା ଏଡିଏମ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ ।
Powered by Froala Editor