ବଲାଙ୍ଗିରରେ ଆଦିବାସୀଙ୍କ ମହାମେଳି
ବଲାଙ୍ଗିର: ଓଡ଼ିଶା ଏକ ଆଦିବାସୀ ବହୁଳ ରାଷ୍ଟ୍ର, ଏଠାରେ କେତେକ ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ଅଧିକ ଜିଲ୍ଲା ଆଦିବାସି ପ୍ରମୁଖ । ନିଜର ଅଧିକାରକୁ ଦାବୀ କରି ବଲାଙ୍ଗିର ଜିଲ୍ଲାରେ ସୃଷ୍ଟି ହୋଇଛି ଆଦିବାସୀ ମାନଙ୍କର ଏକ ମହାମେଳୀ, ଯେଉଁଠି ଆଦିବାସୀ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀଙ୍କ ସମାଗମ ଦେଖିବାକୁ ମିଳିଛି । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଆପତ୍ତି ନେଇ ଏକାଠି ହୋଇଛନ୍ତି ଆଦିବାସୀ ସମାଜ । ସେମାନଙ୍କର ପ୍ରମୁଖ ଦାବି ରହିଛି ୮/୧୦/୨୧ ପୂର୍ବରୁ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ ରଖିବା । ଏହିପରି ଏକ ମହାମେଳୀରେ ଦେଖିବାକୁ ମିଳିଛି ଏକ ପରମ୍ପରର ଉଦବୋଧନ, ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆସିଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କାର୍ଯ୍ୟାଳୟ ବାହାରେ ଲାଗିଥିବା ସରକାରୀ ବିଜ୍ଞାପନ ଚିରିଦେଇଥିଲେ ଆଦିବାସୀ ମହାମେଳୀ ରେ ଅଂଶ ଗ୍ରହଣ କରିଥିବା ଆଦିବାସୀ ସମାଜ । ପୋଲିସ-ଆଦିବାସୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ସୁଚନା ଥାଉକି ଏହି ଆଦିବାସୀ ମାହାମେଳୀରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ମହାମେଳିରେ ସାମିଲ ହୋଇଛନ୍ତି ।
Powered by Froala Editor