ଜନ୍ ଆବ୍ରାହମ୍, ପତ୍ନୀ ପ୍ରିୟା କରୋନା ସଂକ୍ରମିତ, ଇନ୍ଷ୍ଟାଗ୍ରାମରେ ଜନ୍ ଦେଲେ ସୂଚନା

ନୂଆଦିଲ୍ଲୀ: ବଲିଉଡ୍ରେ ପୁଣି କରୋନା ଡର । ଅଭିନେତା ଜନ୍ ଆବ୍ରାହମ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଜନ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଓ ମୋର ପତ୍ନୀ ଉଭୟ ଟିକା ନେଇ ସାରିଥିଲୁ । ତଥାପି ଆମେ କରୋନା ସଂକ୍ରମିତ ହୋଇଛୁ । ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ଆମେ କ୍ୱାରେଣ୍ଟାଇନ୍ରେ ରହିଛୁ । ଆମ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।
ଜନ୍ କହିଛନ୍ତି ଯେ, ମୁଁ ତିନି ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲି । ଯାହାଙ୍କ କରୋନା ରିପୋର୍ଟ ପରେ ପଜିଟିଭ୍ ଆସିଥିଲା । ଏବେ ପ୍ରିୟା ଏବଂ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଆମେ ଦୁହେଁ କାହା ସଂସ୍ପର୍ଶରେ ଆସିନୁ । ଆମର ସାମାନ୍ୟ ଲକ୍ଷଣ ରହିଛି ।
Powered by Froala Editor