୮ରୁ ଦଶମ, ୧୧ରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଟିକା
ଭୁବନେଶ୍ୱର: ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି କିଶୋରଙ୍କୁ ଟିକାଦାନ । ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯାଉଛି କରୋନା ଟିକା । ଯେଉଁ କେନ୍ଦ୍ର ଗୁଡିକରେ ପୂର୍ବରୁ ଟିକାକରଣ ଚାଲିଛି ସେଠି ମଧ୍ୟ ପିଲାମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ଟିକା ନେଉଛନ୍ତି । ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ମଧ୍ୟ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇପାରୁଛନ୍ତି ।
ଗତକାଲି ଟିକାଦାନ ପାଇଁ ହୋଇଥିବା ବୈଠକରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡ. ବିଜୟ କୁମାର ପାଣିଗ୍ରାହୀ କହିଥିଲେ ଯେ, ୨୦୦୭ସୁଦ୍ଧା ଜନ୍ମ ହୋଇଥିବା ପିଲାମାନଙ୍କୁ ଟିକା ଦିଆଯିବ । ଟିକାଦାନ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇ ଦେବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ଚପାଇଁ ସଚେତନତା ସୃଷ୍ଟି କରିବେ ।
ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବା ପାଇଁ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପରାମର୍ଶ ଦେଇଥିଲେ । ତେବେ ଜାନୁୟାରୀ ୮ପରେ ଦଶମ ଓ ୧୧ତାରିଖ ପରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଟିକାଦାନ କରାଯିବ ।
ଟିକାଦାନ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ କୋ-ୱିନ ପୋର୍ଟାଲରେ ଆଗୁଆ ପଞ୍ଜିକରଣ କରିପାରିବେ କିମ୍ବା ଟିକାକେନ୍ଦ୍ରରେ ପହଞ୍ଚି ପଂଜିକରଣ କରିପାରିବେ । ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକମାନେ ଟିକାଦାନ ପାଇଁ ସମସ୍ତ ଉପଯୁକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କ ସହ ଯୋଗାଯୋଗ କରିବେ ଓ ସମସ୍ତ ଛାତ୍ରଛାତ୍ରୀ ଟିକାନେବା ସୁନିଶ୍ଚିନ୍ତିତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା ।
Powered by Froala Editor