ବଢ଼ିବାକୁ ଲାଗିଛି ଶୀତର ପ୍ରଭାବ
ଭୁବନେଶ୍ୱର: ଧିରେଧିରେ ମେଘୁଆ ପାଗ କମିବା ସହ ଏବେ ହ୍ରାସ ପାଇଛି ତାପମାତ୍ରା । ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହ ଶୀତର ପ୍ରଭାବ ବଢ଼ିବାକୁ ଲାଗିଛି । ଶୀତର ପ୍ରକୋପ ହଠାତ ବଢ଼ିବା ଦ୍ୱାରା ଦିନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲା, ବିଶେଷ କରି ଅନୁଗୁଳ ଜିଲ୍ଲାରେ ଅଧିକ କୁହୁଡ଼ିର ପ୍ରଭାବ ରହିବ ବୋଲି ଜଣାପଡ଼ିଛି ।
ଏହି ସମୟରେ ସାଧାରଣ ଲୋକେ ଗାଡ଼ି ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଅତ୍ୟଧିକ ଥଣ୍ଡା ପାଇଁ ମଧ୍ୟ ବଲାଙ୍ଗୀର,ସୁନ୍ଦରଗଡ଼,ବରଗଡ଼,ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮.୦,କେନ୍ଦୁଝରରେ ୯.୦,ଟିଟିଲାଗଡ଼ରେ ୧୦.୮,ଫୁଲବାଣୀରେ ୧୧ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକଡର଼୍ କରାଯାଇଛି ।
Powered by Froala Editor