ବକ୍ସ ଅଫିସରେ ଧୂଆଁଧାର ରେକର୍ଡ କଲା ’ପୁଷ୍ପା’

୧୭ ଡିସେମ୍ବରରେ ରିଲିଜ ହୋଇଥିବା ପୁଷ୍ପା ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୩୦୦ କୋଟି ଟଙ୍କା ରୋଜଗାର କରିସାରିଛି । ଫିଲ୍ମର ପ୍ରଥମ ଦିନର କଲେକ୍ସନ ସୂର୍ଯ୍ୟବଂଶୀ ଓ ସ୍ପାଇଡର ମ୍ୟାନକୁ ମଧ୍ୟ ପଛରେ ପକାଇ ଦେଇଛି। ପୁଣି ଏବେ ହିନ୍ଦୀ ଡବିଂରେ ତାହାର ଧୁଆଁ ଧାର ଭାବେ କମାଲ କରି ଚାଲିଛି । ଏହି ଫିଲ୍ମ ତେଲୁଗୁ ସହିତ ହିନ୍ଦୀ, ମାଲାୟାଲମ୍, କନ୍ନଡ ଭାଷାରେ ରିଲିଜ ହୋଇଥିଲା । ହିନ୍ଦୀ ଭାଷାରେ ଏହି ଫିଲ୍ମ ୭୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛି । ଏହି ରେକର୍ଡ ଶନିବାର ଦିନ ସର୍ବାଧିକ ୬.୧୦ କୋଟି ରୋଜଗାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଡବିଂରେ ସମୁଦାୟ ୫୬.୬୯ କୋଟି ସଂଗ୍ରହ କରାଯାଇଛି। ଯଦି ପୂରା ବକ୍ସ ଅଫିସ କଥା କହିବା ତାହାଲେ ଏହି ଫିଲ୍ମର ମୋଟ ବକ୍ସ ଅଫିସ କଲେକସନ ୩୦୦ କୋଟି ପାର କରିଛି ।
ଏହି ଫିଲ୍ମରେ ଅଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦନା ଏବଂ ଫାହଦ୍ ଫାସିଲ ମଧ୍ୟ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର ।
Powered by Froala Editor