ମା’ ହେବେ କାଜଲ ଅଗ୍ରୱାଲ୍

ନୂଆଦିଲ୍ଲୀ: ମା’ ହେବାକୁ ଯାଉଛନ୍ତି କାଜଲ୍ ଅଗ୍ରୱାଲ୍ । ନୂଆବର୍ଷରେ ଏଭଳି କିଛି ଚମକେଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଯଦିଓ ଏନେଇ କାଜଲ୍ କିଛି କହିନାହାନ୍ତି କିନ୍ତୁ ତାଙ୍କ ସ୍ୱାମୀ ଗୌତମ କିଚଲୁ ସ୍ପଷ୍ଟ କରିଛନ୍ତି । ଏହା ଜାଣିବା ପରେ କାଜଲ୍ଙ୍କୁ ଫ୍ୟାନ୍ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କିଛି ଜଣ ସୋସିଆଲ୍ ମିଡିଆରେ ୱେଲ୍ କମ୍ ବୋଲି ଲେଖିଛନ୍ତି ।
ନୂଆବର୍ଷରେ ଗୌତମ ପତ୍ନୀ ତଥା ଅଭିନେତ୍ରୀ କାଜଲ୍ଙ୍କ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ପ୍ରଶଂସକଙ୍କୁ ନୂତନ ବର୍ଷ ଅଭିନନ୍ଦନ ଜଣାଇଛନ୍ତି । ଏହାକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ୨୦୨୨ ତୁମକୁ ଅପେକ୍ଷା କରିଛି । ଏହାସହିତ ସେ ଜଣେ ଗର୍ଭବତୀ ମହିଳାଙ୍କ ଇମୋଜି ମଧ୍ୟ ସେୟାର କରିଛନ୍ତି । ଫଟୋରେ ସ୍ପଷ୍ଟ ଭାବେ ଜଣାପଡୁଛି କି କାଜଲ୍ ଗର୍ଭବତୀ ଅଛନ୍ତି । ବର୍ତ୍ତମାନ ସେହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
କାଜଲ ଅଗ୍ରୱାଲ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା ବ୍ୟବସାୟୀ ଗୌତମ କିଚଲୁଙ୍କୁ ୩୦ ଅକ୍ଟୋବର ୨୦୨୧ରେ ବିବାହ କରିଥିଲେ । ଏହାପରେ ସେ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଥିଲେ । ନିକଟରେ କାଜଲ ଅଗ୍ରୱାଲଙ୍କ ଏକ ଫଟୋ ବିମାନବନ୍ଦରରୁ ଆସିଥିଲା । ଯେଉଁଥିରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚାକୁ ଆସିଥିଲେ । ହେଲେ କାଜଲ୍ ଏ ବିଷୟରେ କାହାକୁ କିଛି କହି ନଥିଲେ । କିନ୍ତୁ ଇ-ଟାଇମ୍ସ ସହିତ ସାକ୍ଷାତକାରରେ କହିଥିଲେ କି ଯେ ମୁଁ ବର୍ତ୍ତମାନ ଏହା ବିଷୟରେ କିଛି କହିବାକୁ ଚାହେଁ ନାହିଁ । ସମୟ ଆସିଲେ ମୁଁ ସବୁ କହିବି ।
Powered by Froala Editor