ଖଣିରେ ପାହାଡ଼ ଧସିଲା : ୪ ଜଣଙ୍କ ମୃତ୍ୟୁ, ଫସିଛନ୍ତି ୧୫ରୁ ଊର୍ଦ୍ଧ୍ୱ
ହରିୟାଣାର ଭିୱାନି ଜିଲ୍ଲାର ‘ମାଇନିଙ୍ଗ୍ ଜୋନ୍’ରେ ଭୂସ୍ଖଳନ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ୨୦ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଅଧିକାରୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୩ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି।
ତୋଶାମ ବ୍ଲକର ଦାଦାମ ଖଣି ଅଞ୍ଚଳରେ ଏହି ଅଘଟଣ ଘଟିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ନିତ କରାଯାଇଛି। କିନ୍ତୁ, ପାହାଡ଼ ଧସି ପଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଉଦ୍ଧାର କାର୍ଯ୍ୟ ଏବଂ ଆହତମାନଙ୍କୁ ତୁରନ୍ତ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ୱିଟ କରି ଜଣାଇଛନ୍ତି। ଏହି ଦୁର୍ଘଟଣାରେ ମୁଁ ମର୍ମାହତ ବୋଲି ହରିୟାଣା ମନ୍ତ୍ରୀ ଅନିଲ ବିଜୟ କହିଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ମଧୁବନନ୍ ରୁ ଏକ ଏସଡିଆରଫଏଫ ଟିମ୍ ଏବଂ ଗାଜିଆବାଦର ଏକ ଏନଡିଆରଏଫ୍ ଟିମ୍ ଡକାଯାଇଛି। ହିସାରରୁ ଏକ ସେନା ୟୁନିଟ୍ ଡକାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
Powered by Froala Editor