ଫିଲ୍ମ '୮୩’ ପରେ ରଣବୀରଙ୍କ ପାଖରେ ଲମ୍ବା ବାୟୋପିକ୍ ଅଫର୍

ମୁମ୍ବାଇ: ଫିଲ୍ମ '୮୩’ ପରେ ବଲିଉଡ୍ ଅଭିନେତା ରଣଭୀର ସିଂଙ୍କ ପାଖରେ ଏବେ ଲମ୍ବା ବାୟୋପିକ୍ ତାଲିକା । ଏକ ସାକ୍ଷାତକାରରେ ଏନେଇ ନିଜେ ଖୁଲାସା କରିଛନ୍ତି ରଣଭୀର । ସେ କହିଛନ୍ତି, ତାଙ୍କୁ ୫ଟି ବାୟୋପିକ୍ ଫିଲ୍ମର ଅଫର୍ ଆସିଛି । ସେଥିମଧ୍ୟରୁ ୩ଟି ସ୍ପୋର୍ଟ୍ସ ସମ୍ବନ୍ଧୀୟ ପର୍ସନାଲିଟି ଉପରେ ଆଧାରିତ । ଏହି ୫ଟି ବାୟୋପିକକୁ ନେଇ ଆଲୋଚନା ଚାଲିଛି । ଖୁବ୍ଶୀଘ୍ର ଏନେଇ ଘୋଷଣା କରାଯିବ ବୋଲି ରଣବୀର କହିଛନ୍ତି । ତେବେ ଶୁଣିବାକୁ ମିଳୁଛି ସେ ପାରାପ୍ଲେଜିକ୍ ସନ୍ତରଣକାରୀଙ୍କ ଉପରେ ବାୟୋପିକ୍ କରିବାକୁ ଯାଉଛନ୍ତି ।
ଫିଲ୍ମ '୮୩’ ରେ ରଣବୀରଙ୍କ ଅଭିନୟ କରି ସମସ୍ତଙ୍କୁ ଇମ୍ପ୍ରେସ୍ କରିଛି । କପିଲ ଦେବଙ୍କ ଗେଟଅପ୍ରେ ଅଭିନେତା ଚମତ୍କାର ଅଭିନୟ କରିଛନ୍ତି । ୧୯୮୩ କ୍ରିକେଟ୍ ବିଶ୍ୱକପ୍ ବିଜୟର ଐତିହାସିକ ମୂହୁର୍ତ୍ତଗୁଡିକ ଏହି ଫିଲ୍ମରେ ରିକ୍ରିଏଟ୍ କରାଯାଇଛି ।
Powered by Froala Editor