ନୂଆ ବର୍ଷରେ ଏହା କରନ୍ତୁ, ବର୍ଷସାରା ରହିବ ଶନିଦେବଙ୍କ କୃପା
ଭୁବନେଶ୍ୱର: ଗତକାଲି ନୂଆ ବର୍ଷ । ୨୦୨୨ବର୍ଷ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ପୁରୁଣା ବର୍ଷ ୨୦୨୧ ମେଲାଣି ନେଇ କାଲି ନୂଆ ଆଶା ଓ ନୂଆ ଉକôଣ୍ଠାକୁ ନେଇ ଆସିବ ନୂଆବର୍ଷ୨୦୨୨ । ନୂଆ ବର୍ଷରେ ଶନିଙ୍କ ରାଶିରେ ପରିବର୍ତ୍ତନ ଆସିବ । ରାଶିରେ ଶନିଙ୍କ ପରିବର୍ତ୍ତନ, ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇଥାଏ । ଏଭଳି ପରିସ୍ଥିତିରେ ଶନିଙ୍କ କ୍ରୋଧକୁ ଏଡାଇବା ଓ ଶନି ଦଶାଠାରୁ ମୁକ୍ତି ପାଇବା ପାଇଁ ଜାନୁୟାରୀ ୧ ଅତ୍ୟନ୍ତ ସ୍ୱତନ୍ତ୍ର । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୨ର ରାଜା ଶନିଦେବ ରହିବେ ।
ଜ୍ୟୋତିଷଙ୍କ ଅନୁଯାୟୀ, ଶନି ଦଶାଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବର୍ଷର ପ୍ରଥମ ଦିନ ବିଶେଷ ପ୍ରମାଣିତ ହୋଇପାରେ । ଶନିଙ୍କ ପାଇଁ ଏହି ଦିନ ବିଶେଷ ପଦକ୍ଷପ ନିଆଯିବା ଉଚିତ୍ ।
-୨୦୨୨ର ପ୍ରଥମ ଦିନରେ, ସକାଳେ ସ୍ନାନ କରି ଏବଂ ପରିଷ୍କାର ପୋଷାକ ପିନ୍ଧି ଏବଂ ଘରର ପୂଜାପାଠ ସ୍ଥାନରେ ଭଗବାନଙ୍କ ସମ୍ମୁଖରେ ଦୀପ ଜାଳନ୍ତୁ । ଏହି ପୂଜାପରେ ଭଗବାନ ଗଣେଶ ଓ ତା’ପରେ ଶିବଙ୍କ ବିଷୟରେ ଧ୍ୟାନ କରିବାବେଳେ ୧୦୮ ଥର ‘ଓମ୍ ନମଃ ଶିବାୟ’ଜପ କରନ୍ତୁ । ଯଦି ମନ୍ଦିରକୁ ଯିବା ସମ୍ଭବ, ତେବେ ସେଠାକୁ ଯାଇ ଶିବଲିଙ୍ଗରେ ଜଳ ଢାଳନ୍ତୁ । ଜଳ ଅର୍ପଣ କରି ମହାମୃତୁ୍ୟଞ୍ଜୟ ମନ୍ତ୍ରକୁ ଅତି କମରେ ୧୧ଥର ଜପ କରନ୍ତୁ ।
ଶନିଦେବଙ୍କୁ ଖୁସି କରିବା ପାଇଁ, ଜାନୁୟାରୀ ୧ ତାରିଖରେ ପୂଜାପୋଠରେ ସୋରିଷ ତେଲର ଏକ ଦୀପ ଜାଳନ୍ତୁ । ଏହି ଦିନ କଳା ତେଲ, କଳା ଚଣା, କଳା ଛତା, ଲୁହା ଆଦି ଦାନ କରନ୍ତୁ । ଏହାବ୍ୟତୀତ, ସନ୍ଧ୍ୟାରେ ଏକ ଶନି ମନ୍ଦିରରେ ‘ଓମ୍ ଶାନ୍ ଶନିଶାରାୟଣ ନମଃ’ ମନ୍ତ୍ର ଜପ କରନ୍ତୁ ।
ଜାନୁୟାରୀ ୧, ୨୦୨୨ ଶନିବାର ସକାଳେ ସ୍ନାନ କରିବା ପରେ ତେଲ ଦାନ କରନ୍ତୁ । ଏଥିପାଇଁ ଏକ ପାତ୍ରରେ ତେଲ ନିଅନ୍ତୁ ଏବଂ ଏଥିରେ ଆପଣଙ୍କ ମୁହିଁ ଦେଖନ୍ତୁ । ଏହାପରେ, ଏହି ତେଲକୁ ଏକ ଅଭାବୀ ବ୍ୟକ୍ତିଙ୍କୁ ଦାନ କରନ୍ତୁ । ଏହି ଦନି ହନୁମାନ ଚାଳିସା ପଢନ୍ତୁ । ଏହାଦ୍ୱାରା ଶନିଙ୍କ କ୍ରୋଧ କମିଥାଏ ।
Powered by Froala Editor