ଆଜି ରାଜ୍ୟରେ କରୋନା ନେଲା ୨ମୁଣ୍ଡ
ଭୁବନେଶ୍ୱର: ରଜ୍ୟରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଏହା ସହିତ କରୋନା ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଆଜି ରାଜ୍ୟରେ ଆଉ ୨ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୪୬୦କୁ ବୃଦ୍ଧି ପାଇଛି । ମୃତକ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୫ରହିଥିବାବେଳେ ଆଜି ରାଜ୍ୟରେ ୨୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱରେଣ୍ଟାଇନ୍ ସେଣ୍ଟରରୁ ୧୩୧ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୯୭ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୩୨ଜଣ ଛୁଆ ରହିଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୪ହଜାର ୮୩୪କୁ ବୃଦ୍ଧି ପାଇଛି ।
Powered by Froala Editor