ଖେଳରୁ ଅଘଟଣ : ବାଣ ବାରୁଦ ବୋତଲରେ ପୂରାଉଥିବାବେଳେ ବିସ୍ଫୋରଣ, ୪ ନାବାଳକ ଗୁରୁତର
ଖୋର୍ଦ୍ଧା ବାଘମାରି ଥାନା ଗପୁର ଗାଁରେ ଅଘଟଣ ଘଟି ୪ ନାବାଳକ ଗୁରୁତର ହୋଇଛନ୍ତି । ଅଫୁଟା ବାଣ ଧରି ଖେଳୁଥିବାବେଳେ ତାହା ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗଁପୁର ନିକଟରେ ସ୍ଥାନୀୟ ପାର୍କ ଉଦଘାଟନ ବେଳେ ବାଣ ଫୁଟାଯାଇଥିଲା । ଫଳରେ ସେଠାରେ କିଛି ଅଫୁଟା ବାଣ ପଡ଼ି ରହିଥିଲା। ଏହାପରେ ଆଜି ଉକ୍ତ ସ୍ଥାନରେ କିଛି ପିଲା ଖେଳୁଥିବା ବେଳେ ବାଣରୁ ବାରୁଦ ସଂଗ୍ରହ କରି ବୋତଲରେ ପୁରାଇବା ବେଳେ ଅଘଟଣ ଘଟିଥିଲା। ଫଳରେ ୪ ନାବାଳକ ଗୁରୁତର ହୋଇପଡ଼ିଛନ୍ତି।
Powered by Froala Editor