ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ଭୁବନେଶ୍ୱର: ଆଜି ଗଞ୍ଜାମ ଜିଲ୍ଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର ଜୁନିୟର କ୍ଲର୍କ ଏଲ କାମରାଜୁ ଦାସ ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଫସିଛନ୍ତି ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏକ ଟିମ କିରାଣୀ କାମରାଜୁଙ୍କ ବ୍ରହ୍ମପୁରସ୍ଥିତ କାର୍ଯ୍ୟାଳୟ ଆଙ୍କୁଲି ଖାଲାସାହି ସ୍ଥିତ ବାସଭବନ ସହ ଅନ୍ୟ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛନ୍ତି ।
ଏହି ଟିମରେ ଭିଜିଲାନ୍ସର ୨ ଡିଏସପି, ୫ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରେୀମାନେ ସାମିଲ ଅଛନ୍ତି । ଚଢାଉ ଜାରି ରହିଥିବାବେଳେ କିରାଣୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇପାରିନାହିଁ ବୋଲି ଏସପି ତ୍ରିଲୋଚନ ସ୍ୱାଇଁ ସୂଚନା ଦେଇଛନ୍ତି ।
Powered by Froala Editor