ରାସ୍ତାରେ ଅଟୋ ଚଳାଇଲେ ଭାଇଜାନ୍, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ
ମୁମ୍ବାଇ: ପୁଣି ଚର୍ଚ୍ଚାରେ ଭାଇଜାନ୍ । ଏଥର କିନ୍ତୁ ବିବାଦୀୟ ନୁହେଁ, ଏକ ଭିନ୍ନ ଅନ୍ଦାଜ୍ ପାଇଁ । ନିଆରା ଷ୍ଟାଇଲ୍ ସାଙ୍ଗକୁ ଭିନ୍ନ ତରିକା । ଯାହାକି ତାଙ୍କ ଫ୍ୟାନ୍ମାନଙ୍କୁ କରିଛି ଆଶ୍ଚର୍ଯ୍ୟ । ଅନେକ ଏହାକୁ ପସନ୍ଦ କରିବା ସହିତ କିଛି ଜଣ ମଜାଳିଆ କମେଣ୍ଟ ଲେଖିଛନ୍ତି । ଆଉ କିଛି ପ୍ରଶଂସା ଓ ଶୁଭେଚ୍ଛା ଜଣାଇଛନ୍ତି ।
ଭିଡିଓରେ ଦେଖାଯାଉଛି ଯେ, ଦବଙ୍ଗ ଖାନ୍ ଏକ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ହାପ୍ ପାଣ୍ଟ ସାଙ୍ଗକୁ ଟୋପି ପିନ୍ଧି ଅଟୋ ଚଳାଉଛନ୍ତି । ପଛରେ କିଛି ଜଣ ବ୍ୟକ୍ତି ବସିଛନ୍ତି । ଏହା ସଲମାନ୍ଙ୍କ ବିଭିନ୍ନ ଫ୍ୟାନ୍ ପେଜ୍ରେ ଅପଲୋଡ୍ କରାଯାଇଛି । ଭିଡିଓଟି ଛଡ଼ା ଯିବାର ଖୁବ୍ କମ୍ ସମୟରେ ଭାଇରାଲ୍ ହୋଇଛି ।
ଜଣେ ୟୁଜର୍ ଲେଖିଛନ୍ତି, ଭାଇଙ୍କ ସଉକ ଅଦ୍ଭୁତ । ଜଣେ ଟ୍ରୋଲର୍ ଲେଖିଛନ୍ତି; ଯଦି କିଛି ବାକି ଅଛି, ତେବେ ତାହା ମଧ୍ୟ ପୁରା କରିଦିଅନ୍ତୁ। କାର୍ଟୁନ୍ ଲୋକ। ଜଣେ ପ୍ରଶଂସକ ଦବଙ୍ଗ ଖାନଙ୍କ ସମର୍ଥନରେ ଲେଖିଛନ୍ତି; ଆପଣ ଗ୍ରେଟ୍ ସାର୍, ସେଥିପାଇଁ ଆପଣ ଅଲଗା।
ସଲମାନ ସାଧାରଣତଃ ତାଙ୍କ ରେଞ୍ଜ ରୋଭର କାରରେ ବୁଲିବାକୁ ବାହାରକୁ ଯାଆନ୍ତି। ସେ କାର ଚଳାଇବା ପରିବର୍ତ୍ତେ କୋ-ଡ୍ରାଇଭର ସିଟ କିମ୍ବା ପ୍ୟାସେଞ୍ଜର ସିଟରେ ବସିବାକୁ ପସନ୍ଦ କରନ୍ତି।
Powered by Froala Editor