ଭୁବନେଶ୍ୱରରେ ହାତୀ ଉପଦ୍ରବ
ଭୁବନେଶ୍ୱର: ଭୁବନେଶ୍ୱରରେ ହାତୀ ଉପଦ୍ରବ । ଭୁବନେଶ୍ୱରର ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ତିନୋଟି ହାତୀ ପଶି ଉପଦ୍ରବ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ବସ୍ତି ଭିତରେ ପଶି ଉପôାତ କରିଥିଲେ । ଲୋକଙ୍କ ଘର ଭାଙ୍ଗିବା ସହ କିଛି ଜିନିଷପତ୍ର ବି ନଷ୍ଟ କରିଦେଇଥିଲେ । ଏହାସହ ଗାଡି ଗୁଡିକ ଭଙ୍ଗାରୁଜା କରିଥିଲେ ।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟାବେଳେ ଖାଦ୍ୟ ପାଇଁ ଏହି ହାତୀ ବସ୍ତି ଭିତରକୁ ପଶିଆସିଥିଲେ । ଜଣେ ବ୍ୟକ୍ତି ହାତୀକୁ ଦେଖି ପଡିଯିବା ଫଳରେ ଜଣେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇଥିଲେ । ହାତୀ ପଶିବା ଫଳରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ କୋକୁଆ ଭୟ ଦେଖାଦେଇଥିଲା ।
ସୂଚନାଯୋଗ୍ୟ, ରାଜ୍ୟରୁ ବିଭିନ୍ନ ସ୍ଥାନରେ ହାତୀ ପଲ ଉପଦ୍ରବ କରୁଥିବା ଖବର ପ୍ରତିଦିନ ଆସୁଛି । ହାତୀ ଆକ୍ରମଣରେ କାହାର ମୃତୁ୍ୟ ଘଟୁଥିବା ବେଳେ କାହାର ଘର ହାତୀପଲ ଭାଙ୍ଗି ଦେବା ସହ ଅନେକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି ।
Powered by Froala Editor