ଟୁରିଷ୍ଟ ବସ୍ ମୁହାଁମୁହିଁ, ଚାଲିଗଲା ୫ଜୀବନ

ହରିଆଣା: ଟୁରିଷ୍ଟ ବସ୍ ମୁହାଁମୁହିଁ ହୋଇ ୫ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିଆଣାର ଅମ୍ବାଲା-ଦିଲ୍ଲୀ ରାଜପଥରେ ଥିବା ହେଲିଙ୍ଗ ଟଚ୍ ହସ୍ପିଟାଲ ନିକଟରେ । ସକାଳ ପ୍ରାୟ ୩ଟା ସମୟରେ କାଟ୍ରା ଠାରୁ ଦିଲ୍ଲୀ ଯାଉଥିବା ତିନୋଟି ଟୁରିଷ୍ଟ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା ।
ଏହି ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଯାଇଛି । ଏହା ସହିତ ୮ଜଣ ଗୁରତର ଆହତ ହୋଇଥିବା ସୂଚନା ମିଳିଛି ।
ଦୁର୍ଘଟଣାର ସୂଚନା ପାଇବାମାତ୍ରେ ରାଜପଥରେ ପାଟ୍ରୋଲିଂ କରୁଥିବା ଡାଏଲ ୧୧୨ର କାର ଘଟଣାସ୍ଥଳରେ ପହଞ୍ଚିଥିଲା ଓ ବସ୍ରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ହେଲିଙ୍ଗ ଟଚ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।
Powered by Froala Editor