ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡିଚାଲିଛି ଓମିକ୍ରନ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରହିଛି ଓ ମାହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି ।
ଏହାସହିତ କେରଳରେ ୬୭, ଗୁଜୁରାଟରେ ୪୯, ରାଜସ୍ଥାନରେ ୪୩, ତେଲେଙ୍ଗାନାରେ ୪୧, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧, ମଧ୍ୟପ୍ରଦେଶରେ ୯, ଓଡିଶାରେ ୮, ଆନ୍ଧ୍ରପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୬, ହରିଆଣାରେ ୪, ଜାମ୍ମୁ-କାଶ୍ମୀରରେ ୩, ଉତ୍ତରପ୍ରଦେଶରେ ୨, ଚଣ୍ଡିଗଡରେ ୩, ହିମାଚଳପ୍ରଦେଶରେ ୧, ଲଦାଖରେ ୧ ଓ ଉତ୍ତରାଖଣ୍ଟରେ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହାସହିତ ୧୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସୂଚନା ମିଳିଛି ।
Powered by Froala Editor