ସସପେନ୍ସ ଥ୍ରୀଲ ୱେବ୍ ସିରିଜ୍ ରେ ଆସୁଛନ୍ତି ସାମନ୍ଥା

ବ୍ୟକ୍ତିଗତ ପ୍ରୋବ୍ଲମରୁ ବାହାରି ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ କ୍ୟାରିୟରକୁ ଫୋକସ କରୁଛନ୍ତି । ‘ପୁଷ୍ପା’ ଫିଲ୍ମର ଆଇଟମ୍ ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ଥିବା ସାମନ୍ଥା ପୁଣି ବଡ ପ୍ରୋଜେକ୍ଟ ପାଇଛନ୍ତି । ଫ୍ୟାମିଲି ମ୍ୟାନ୍ରେ ବେଶ ପ୍ରଶଂସା ସାଉଁଟିଥିବା ସାମନ୍ଥା ଫ୍ୟାମିଲି ମ୍ୟାନ୍ -୨ ପାଇଁ ଫେମ୍ ରାଜ ଏବଂ ଡି.କେ ଙ୍କ ସହ ହାତ ମିଳାଇଛନ୍ତି। ଏହି ବ୍ଲକବଷ୍ଟର ଯୋଡି ପୁଣି ଥରେ ସସପେନ୍ସ ଥ୍ରୀଲର୍ରେ ଏକ ୱେବ୍ ସିରିଜ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ୱେବ୍ ସିରିଜ୍ ସୁପରହିଟ୍ ଆମେରିକୀୟ ଗୁପ୍ତଚର ସିରିଜ୍ ସିଟାଡେଲର ଭାରତୀୟ ସ୍ପିନ୍ ଅଫ୍ର ହେବ। ଯେଉଁଥିରେ ସାମନ୍ଥା ମୁଖ୍ୟ ଭୂମିକାରେ ନଜର ଆସିବେ । ସବୁଠାରୁ ବଡ କଥା ହେଉଛି ଏହି ପ୍ରୋଜେକ୍ଟ ପାଇଁ ବଲିଉଡର ଏକ ହ୍ୟାଣ୍ଡସମ ଅଭିନେତା ବରୁଣ ଧାୱନକୁ ସାଇନ୍ କରାଯାଇଛି । ସିରିଜରେ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥି ସହିତ ସାମନ୍ଥା ଏହି ଶୋ’ର ଇଣ୍ଡିଆନ୍ ସ୍ପିନ୍ ଅଫ୍ରେ ଦେଖିବାକୁ ମିଳିବେ। ଏହି ୱେବ୍ ସିରିଜ୍ ଆମାଜନ୍ ପ୍ରାଇମ୍ ରେ ରିଲିଜ୍ ହେବ । ଏହି ୱେବ୍ ସିରିଜ୍ଟି ୨୦୨୨ରେ ଆରମ୍ଭ ହେବ । ଏହା ପ୍ରଥମ ଥର ହେବ ଯେ ବରୁଣ ଧାୱନ ସାମନ୍ଥା ଦୁହେଁ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି ।
Powered by Froala Editor