ବୁମରାଙ୍କ ଅପେକ୍ଷା ସିରାଜ ଅଧିକ ଦକ୍ଷ: ନେହେରା
ନୂଆଦିଲ୍ଲୀ: ୨ ବର୍ଷ ତଳେ ଘରୋଇ କି୍ରକେଟରେ ଜଣେ ଲାଲ ବଲ ବିଶେଷଜ୍ଞ ଭାବେ ହାଇଦରାବାଦର ମହମ୍ମଦ ସିରାଜ ଖାତି ଅର୍ଜନ କରିଥିଲେ । ହେଲେ ଏହି ବର୍ଷ ମଧ୍ୟରେ ସିରାଜ ତାଙ୍କ ବୋଲିଂରେ ବହୁତ ପରିବର୍ତ୍ତନ ଆଣିଛନ୍ତି । ବର୍ତ୍ତମାନ ସମସ୍ତ ଫର୍ମାଟର କି୍ରକେଟରେ ସିରାଜ ଜଣେ ଚମକ୍ରାର ବୋଲର । ଭାରତୀୟ କି୍ରକେଟ ଦଳର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ କି୍ରକେଟ ଦଳର ପ୍ରମୁଖ ଫାଷ୍ଟବୋଲର ଯଶପ୍ରୀତ ବୁମରା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ । ତେବେ ଦକ୍ଷତା ଦୃଷ୍ଟିରୁ ବୁମରାଙ୍କଠାରୁ ସିରାଜ ମଧ୍ୟ ଆଗରେ ରହିଛନ୍ତି ବୋଲି କହିଛନ୍ତି ଭାରତୀୟ କି୍ରକେଟ ଦଳର ପୂର୍ବତନ ବାମହାତି ପେସ ବୋଲର ଆଶିଷ ନେହେରା । ଗୁରୁବାର ରାଜସ୍ଥାନ ରୟାଲସ ବିପକ୍ଷରେ ସିରାଜଙ୍କ ଚମକ୍ରାର ବୋଲିଂ ପରେ ତାଙ୍କୁ ପ୍ରଶଂସା କରି ନେହେରା ଏପରି କହିଛନ୍ତି । ପ୍ରଥମ ସ୍ପେଲରେ ସିରାଜ ରାଜସ୍ଥାନର ଜୋସ ବଟଲର ଓ ଡେଭିଡ ମିଲରଙ୍କୁ ଆଉଟ କରିବା ପରେ ରାହୁଲ ତିୱତିଆଙ୍କୁ ମଧ୍ୟ ଆଉଟ କରିଥିଲେ । ସିରାଜ ୪ ଓଭରରୁ ୨୭ ରନଦେଇ ୩ଟି ୱିକେଟ ନେଇଥିଲେ । ଅଦ୍ୟାବଧି ୫ଟି ମ୍ୟାଚରୁ ସିରାଜ ୫ଟି ୱିକେଟ ନେଇଛନ୍ତି ।
Powered by Froala Editor