ରୁଟିନ ୱାର୍କରେ ଯାଇଥିବା ବେଳେ ବାୟୁସେନାର ମିଗ-୨୧ ଯୁଦ୍ଧ ବିମାନ କ୍ରାଶ

ରାଜସ୍ଥାନର ଜୈସଲମେର୍ରେ ବାୟୁସେନାର ମିଗ-୨୧ ଯୁଦ୍ଧ ବିମାନ କ୍ରାଶ ହୋଇଛି। ଦୁର୍ଘଟଣାରେ ପାଇଲଟ ସହିଦ ହୋଇଥିବା ଜଣାପଡିଛି । କୌଣସି ବୈଷୟିକ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳଟି ଆର୍ମି ନିୟନ୍ତ୍ରଣରେ ଥିବାରୁ ସେଠାକୁ କାହାକୁ ଛଡା ଯାଉନିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ପାକିସ୍ତାନ ସୀମା ନିକଟବର୍ତ୍ତୀ ସୁଦାସରୀ ଡେଜର୍ଟ ନ୍ୟାଶନାଲ ପାର୍କ ନିକଟରେ ହଠାତ ବିମାନଟି ଖସି ପଡିଥିଲା । ପ୍ରଥମେ ସ୍ଥାନୀୟ ଲୋକ ଦୁର୍ଘଟଣା ସମ୍ପର୍କରେ ପ୍ରଶାସନକୁ ଖବର ଦେଇଥିଲେ। ଏହାପରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ଏବଂ ଫାୟାରବ୍ରିଗେଡ ପହଞ୍ଚିଥିଲେ । ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏସପିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ବିମାନଟି ରୁଟିନ ୱାର୍କରେ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି। ପାଇଲଟଙ୍କ ବ୍ୟତୀତ ବିମାନରେ ଆଉ କିଏ ଥିଲେ କି ନାହିଁ ସେକଥା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏକାଧିକ ମିଗ-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ନଜିର ରହିଛି।
Powered by Froala Editor