ଲୁଧିଆନା କୋର୍ଟରେ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ

ଲୁଧିଆନାସ୍ଥିତ ‘ଡିଷ୍ଟ୍ରିକ୍ଟ୍ ଆଣ୍ଡ୍ ସେସନ୍ କୋର୍ଟ’ ପରିସରରେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । କୋର୍ଟର ଦ୍ୱିତୀୟ ମହଲାରେ ବିସ୍ଫୋରଣ ହୋଇଥିବା ବେଳେ ୪ଜଣ ଆହତ ହୋଇଥବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ୟ୍ୟାଳୟରେ ଅନୁସନ୍ଧାନ କରୁଛି ପୋଲିସ ।
ସବୁଠୁ ବଡ଼ କଥା ହେଉଛି ଦୁଷ୍କର୍ମ ମାମଲାରେ ଆଗୁଆ ଜାମିନ ପାଇଁ ବିଧାୟକ ସମରଜିତ୍ ସିଂଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସେହି ସମୟରେ ଦିନ ପ୍ରାୟ ୧୨.୨୨ରେ କୋର୍ଟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଦ୍ୱିତୀୟ ମହଲାରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଆଖପାଖ ଅଞ୍ଚଳକୁ ବିସ୍ଫୋରଣ ଶବ୍ଦ ଶୁଭିବା ପରେ ଅଦାଲତ ବାହାରେ ଅନେକ ଲୋକ ଜମା ହୋଇଥିଲେ।
ପରେ ଘଟଣାସ୍ଥଳରେ ପୋଲିସ କମିଶନରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ପହଞ୍ଚି ବିଲଡିଂରେ ସର୍ଚ୍ଚ ଅପରେସନ୍ କରିଥିଲେ । ସେପଟେ ଏନେଇ ଦୁଷ୍କର୍ମ ପୀଡ଼ିତାଙ୍କ ଓକିଲ ଅଭିଯୋଗ ଆଣିଛନ୍ତି । ପୀଡ଼ିତାଙ୍କ ଓକିଲ ହରିଶ ରାୟ ଚାନ୍ଦା କହିଛନ୍ତି, ତାଙ୍କୁ ହତ୍ୟା କରିବା ପାଇଁ ଏହି ଷଡଯନ୍ତ୍ର ହୋଇଛି।
Powered by Froala Editor