ଓମିକ୍ରନ ନେଲା ପୁଣି ଆଉ ଏକ ମୁଣ୍ଡ
ଜେରୁସଲମ: ପୁଣି ଆଉ ଏକ ମୁଣ୍ଡ ନେଲା କୋରୋନା ନ୍ୟୁ ଭାରିଆଣ୍ଟ ଓମିକ୍ରନ । କିଛି ଦିନ ମଧ୍ୟରେ ବିଶ୍ବରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ଇସ୍ରାଏଲରେ ପ୍ରଥମ ଓମିକ୍ରନ ସଂକ୍ରମିତ ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ଇସ୍ରାଏଲ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି ।ଇସ୍ରାଏଲ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଛି ଯେ, ମୃତ ବ୍ୟକ୍ତି ଜଣକ ୬୦ ବୟସ୍କ ଥିଲେ । ସେ ଗତ ୨ ସପ୍ତାହ ହେବ ଓମିକ୍ରନରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏଥିସହ ତାଙ୍କର ମଧ୍ୟ ପୂର୍ବରୁ ବିଭିନ୍ନ ରୋଗ ଥିଲା । ମାତ୍ର କେଉଁ ରୋଗରେ ପୀଡିତ ଥିଲେ ସେନେଇ ସ୍ପଷ୍ଟ କରାଯାଇନାହିଁ । ଅନ୍ୟପଟେ ଇସ୍ରାଏଲ ଦେଶ ତଥା ଦେଶ ବାହାରେ ବିମାନ ଚଳାଚଳକୁ ବହୁ ମାତ୍ରାରେ ସୀମିତ ରଖିଛି ଏବଂ ସଂକ୍ରମଣ ରୋକିବା ପାଇଁ ଜନସାଧାରଣଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ଟ କହିଛନ୍ତି ଯେ, ବୟସ୍କ ନାଗରିକ ତଥା ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଚତୁର୍ଥ ବୁଷ୍ଟର୍ ସଟ୍ ଅନୁମୋଦନକୁ ଅପେକ୍ଷା କରିଛନ୍ତି ।
Powered by Froala Editor