ଦେଶରେ ଦିନକରେ ୬୫୬୩ ଆକ୍ରାନ୍ତ ଚିହ୍ନଟ, ୧୩୨ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୬ ହଜାର ୫୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୨ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (କ୍ସରମକ୍ଟଙ୍ଖରକ୍ସଚ୍ଚ କ୍ସବଗ୍ଧର) ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୪୧ ଲକ୍ଷ ୮୭ ହଜାର ୧୭ରେ ପହଞ୍ଚିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତକାଲିର ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୭ ହଜାର ୫୫୪ରେ ପହଞ୍ଚିଛି । ଦେଶରେ ମୋଟ ୮୨ ହଜାର ୨୬୭ଟି ସକ୍ରିୟ ମାମଲା ରହିଛି, ଯାହା ୫୭୨ ଦିନରେ ସର୍ବନିମ୍ନ । ସେହିପରି ଏଯାବତ ୧୩୭ କୋଟି ୬୭ ଲକ୍ଷ ୨୦ ହଜାର ୩୫୯ ଡୋଜ ଟୀକାକରଣ ସରିଛି ।
Powered by Froala Editor