ବକ୍ସ ଅଫିସରେ ଧମାଲ କଲା ପୁଷ୍ପା: ଦ ରାଇଜ୍

ସାଉଥ ଫିଲ୍ମ ବକ୍ସ ଅଫିସରେ ଧମାଲ କରିଛି ପୁଷ୍ପା: ଦ ରାଇଜ୍ । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ଫିଲ୍ମ ବକ୍ସ ଅଫିସରେ ଦୁଇ ଦିନରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି । ଏହି ଫିଲ୍ମ USA ବକ୍ସ ଅଫିସରେ ୧.୩୦ ମିଲିୟନ ଡଲାର ରୋଜଗାର କରିଛି । ଅର୍ଥାତ ଦୁଇ ଦିନରେ ଆମେରିକାରେ ୧୦ କୋଟି ଟଙ୍କା ରୋଜଗାର କରିଛି ।
ଏହି ସାଉଥ ଇଣ୍ଡିଆନ ଫିଲ୍ମ ଡିସେମ୍ବର ୧୭ ଶୁକ୍ରବାର ରିଲିଜ୍ ହୋଇଥିଲା । ପୁଷ୍ପା ହିନ୍ଦୀ ବକ୍ସ ଅଫିସରେ କେତେ ଟଙ୍କା ରୋଜଗାର କରିଛି ତାହାର ସୂଚନା ଦେଇଛନ୍ତି ତରଣ ଆଦର୍ଶ । ତାଙ୍କ ଅନୁସାରେ ପୁଷ୍ପା ପ୍ରଥମ ଦିନରେ ହିନ୍ଦୀ ବକ୍ସ ଅଫିସରେ ୩ କୋଟି ଏବଂ ଦ୍ୱିତୀୟ ଦିନରେ ୪ କୋଟି ଟଙ୍କା ରୋଜଗାର କରିଛି ।
Powered by Froala Editor