ମଇଁଷି ସହ ସେଲ୍ଫି ନେବାକୁ ଭିଡ଼, ଜାଣନ୍ତୁ କାହିଁକି...

୮୦ ଲକ୍ଷର ମଇଁଷି । ହଁ ଆପଣ ଠିକ ଶୁଣିଛନ୍ତି । ମଇଁଷିର ଦାମ୍ ୮୦ ଲକ୍ଷ । ମହାରାଷ୍ଟ୍ର ସାଙ୍ଗଲିରେ ରହୁଥିବା ଏହି ମଇଁଷିର ନାଁ ଗଜେନ୍ଦ୍ର । ଯାହାର ଓଜନ ପ୍ରାୟ ଦେଢ ଟନ୍ । ବର୍ତ୍ତମାନ ସୋସିଆଲ ମିଡିଆରେ ଗଜେନ୍ଦ୍ରର ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ମହାରାଷ୍ଟ୍ର, କର୍ଣ୍ଣାଟକ ବର୍ଡରରେ ଥିବା ମଙ୍ଗସୁଲି ଗାଁର ବାସିନ୍ଦା ବିଳାସ ନାୟକଙ୍କର ଏହି ମଇଁଷି । ସାଙ୍ଗଲି ଜିଲ୍ଲା ତାସ ଗାଁରେ ଏକ ସଙ୍ଗଠନ ତରଫରୁ ଆୟୋଜିତ କୃଷି, ପଶୁ, ପକ୍ଷୀ ପ୍ରଦର୍ଶନୀ ମେଳାରେ ଗଜେନ୍ଦ୍ର ଆସିଥିବା ବେଳେ ଲୋକମାନେ ଏହି ମଇଁଷିକୁ ଦେଖି ଅବାକ୍ ହୋଇଯାଇଥିଲେ । ମଇଁଷିଟି ଖୁବ୍ ଓଜନ ଏବଂ ହୃଷ୍ଟପୃଷ୍ଟ ହୋଇଥିବାରୁ ମଇଁଷି ସହ ସେଲ୍ଫି ନେବା ପାଇଁ ଲୋକ ଦୂରଦୂରାନ୍ତରରୁ ଆସିଥିଲେ ।
କୃଷକଙ୍କ କହିବାନୁସାରେ ଏଭଳି କିସମର ମଇଁଷିର ବଂଶ ବୃଦ୍ଧି କରାଗଲେ ଖୁବ୍ ଲାଭବାନ ହୋଇପାରିବେ । ମାତ୍ର ଏଭଳି ମଇଁଷିଙ୍କର ଯତ୍ନନେବା ଖୁବ୍ କଷ୍ଟକର ।
Powered by Froala Editor