ଆଜି ଦେଶରେ ୭ହଜାର ୮୧ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୭ହଜାର ୮୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି । ଦୈନିକ ପଜିଟିଭ୍ ହାର ୦.୬୪ ପ୍ରତିଶତ ରହିଛି । ଏହାରି ଭିତରେ ବର୍ତ୍ତମାନ ସୁଦ୍ଧା ୧୩୭କୋଟି ୪୬ଲକ୍ଷ ୧୩ହଜାର ୨୫୨ ଜଣଙ୍କୁ ଟିକାଦାନ ସରିଛି ।
ସେହିପରି ଆଜି ୭ହଜାର ୪୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮.୩୮ପ୍ରତିଶତ ରହିଛି । ଅପରପକ୍ଷରେ ସକ୍ରିୟ ମାମଲା ୮୩ହଜାର ୯୧୩ ରହିଛି । ୨୦୨୦ ମାର୍ଚ୍ଚ ପରେ ଏହା ସର୍ବନିମ୍ନ ରହିଛି ।
Powered by Froala Editor