ଚାନ୍ଦିପୁର ଘାଟିରୁ ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ
ଓଡିଶାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅଗ୍ନି ପ୍ରାଇମ୍ (Agni-P) ମିସାଇଲ୍ର ସଫଳ ପରୀକ୍ଷଣ ହୋଇଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହି କ୍ଷେପଣାସ୍ତ୍ର ୧୦୦୦ରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ପକ୍ଷଙ୍କୁ ଆକ୍ରମଣ କରିପାରିବ। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି। ଏଏନ୍ଆଇର ରିପୋର୍ଟ ଅନୁସାରେ ପରମାଣୁ କ୍ଷମତା ସମ୍ପନ୍ନ ଏହି କ୍ଷେପଣାସ୍ତ୍ରରେ ଏବେ ବହୁ ନୂଆ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି। ଏହାକୁ ଟ୍ରେନ୍ କିମ୍ବା କଣ୍ଟେନରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ। ଅଗ୍ନି ପ୍ରାଇମ୍ର ଓଜନ କମ୍ ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହେବ । ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରକୁ ଆଜି ଦ୍ୱିତୀୟ ଥର ପାଇଁ ସଫଳ ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ ଅର୍ଥାତ ଜୁନ୍ ୨୮ ତାରିଖରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା।
Powered by Froala Editor