ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନୂଆ ଏସଓପି, ଜାଣନ୍ତୁ କ’ଣ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ ଏସଓପି। ନୂଆ ଏସଓପି ଅନୁସାରେ ଗୁରୁବାର ଠାରୁ ସକାଳ ୫ ଟା ୩୦ ରୁ ରାତି ୯ ଟା ୩୦ ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଭକ୍ତ ଜନ ।
ସେହିପରି କୋଭିଡ କଟକଣା ଓ ଭିଡ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଶେଷ ଦିନ ତଥା ଡିସେମ୍ବର ୩୧ ଓ ନବବର୍ଷ ଦିନ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର ଦ୍ବାର । ଏହାବାଦ ଦାରୁବ୍ରହ୍ମଙ୍କ ବନକ ଲାଗିନୀତି ଓ ପଇତା ଲାଗି ବେଳେ ଜୟ ବିଜୟ ଓ ବେହରଣ ଦ୍ବାର ବନ୍ଦ ରହିବ । ଏହି ସମୟରେ ଭକ୍ତ ମାନେ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ।ଏତତ ବ୍ୟତୀତ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ ପାଇଁ ୨ ଡୋଜ ଟିକା କିମ୍ବା ୭୨ ଘଣ୍ଟା ମଧ୍ୟରେ Covid RT-PCR ନେଗେଟିଭ ସାର୍ଟିଫିକେଟ ବାଧ୍ୟତା ମୂଳକ କରଯାଇଛି ।ସୂଚନାଯୋଗ୍ୟଯେ ପୂର୍ବରୁ ସକାଳ ୭ ଟାରୁ ରାତି ୯ ଟା ପର୍ୟ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିର ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ ।
Powered by Froala Editor