ପଞ୍ଚାୟତ ନିର୍ବାଚନ: ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ । ବୈଠକ ପରେ ଘୋଷଣା ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ । ଏନେଇ ଡିସେମ୍ବର ୪ ତାରିଖରେ ଜିଲ୍ଲାସ୍ତରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ।
ଗତଥର ଅପେକ୍ଷା ଏଥର ଭୋଟରଙ୍କ ସଂଖ୍ୟା ବଢିଛି । ୱାର୍ଡ଼ ସଂଖ୍ୟା କମିଛି । ଚଳିତ ଥର ୯୧ ହଜାର ୯୧୩ ୱାର୍ଡ଼ରେ ଭୋଟ ଗ୍ରହଣ ହେବ । ୨୦୧୭ରେ ଭୋଟର ସଂଖ୍ୟା ୨ କୋଟି ୬୧ ଲକ୍ଷ ଥିଲା । ଯାହା ଚଳିତ ନିର୍ବାଚନରେ ୨ କୋଟି ୬୩ ଲକ୍ଷ ହେବାର ସମ୍ଭାବନା ରହିିଛି ବୋଲି ଜଣାଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ ।
Powered by Froala Editor