ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ବର:ବୁଧବାରଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଏହାକୁ ନେଇ ରାଜୀବ କୁମାରଙ୍କ ନିକଟରେ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି ଉଠାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି । କେନ୍ଦ୍ର ସରକାର ଓଡ଼ିଶାଠାରୁ ବିଭିନ୍ନ କ୍ଷେତ୍ରରେ ଭଲ ରାଜସ୍ୱ ଆଦାୟ କରୁଛନ୍ତି । ପୂର୍ବୋଦୟରୁ ହେବ ନୂଆ ଭାରତର ଉଦୟ ନାରା ଦେଉଛନ୍ତି କେନ୍ଦ୍ର ସରକାର । ଏହି ଆଧାରରେ ଓଡ଼ିଶା ନିଶ୍ଚିତ ଭାବେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ବିଭିନ୍ନ ଦାବି ଉଠାଇବା ନେଇ ଆଲୋଚନା ହେଉଛି । ଆଜି ନୀତି ଆୟୋଗ ଉପାଧ୍ୟକ୍ଷ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ବୈଠକରେ ବିଭିନ୍ନ ବିଷୟ ନେଇ ଆଲୋଚନା ହେବାନେଇ ଚର୍ଚ୍ଚା ହେଉଛି । ନୀତି ଆୟୋଗ ଉପାଧ୍ୟକ୍ଷ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ପାରନ୍ତି ।
ଓଡିଶା ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ, ଫୋକସ୍ ଷ୍ଟେଟ୍ ମାନ୍ୟତା ପାଇଁ ଉଠିବ ଦାବିସେପଟେ ନୀତି ଆୟୋଗ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ବହୁତ କିଛି ଆଶା ରଖିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟସ ମାନ୍ୟତା ଦେବାକୁ ସୁର ରାଉତରାୟ ଦାବି କରିଛନ୍ତି ।
Powered by Froala Editor