ବାହାଘର ପରେ ଫେରିଲେ ବିକ୍କି-କ୍ୟାଟ୍ରିନା

ବାହାଘର ପରେ ପ୍ରଥମଥର ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ପବ୍ଲିକ ପ୍ଲେସରେ ନଜର ଆସିଛନ୍ତି। କ୍ୟାଟ୍ରିନା ଏକ ହାଲୁକା ଗୋଲାପୀ ରଙ୍ଗର ଚୁଡିଦାର ପିନ୍ଧିଛନ୍ତି। ବିକ୍କି କ୍ରିମ କଲର ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛନ୍ତି। କ୍ୟାଟ୍ରିନାଙ୍କ ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୂତ୍ର, ହାତରେ ନାଲି ଚୁଡ଼ି ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଦୁହେଁ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି।
ସୂଚନା ଯେ, ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋସିଆଲ ମିଡ଼ିଆରେ ଦୁହେଁ ବାହାଘର ଫଟୋ ମଧ୍ୟ ସେୟାର କରିଛନ୍ତି। ବାହାଘର ପରେ ବିକ୍କି-କ୍ୟାଟ୍ରିନାଙ୍କ ପରିବାର ସଦସ୍ୟ ରାଜସ୍ଥାନରୁ ଫେରି ସାରିଛନ୍ତି। କିନ୍ତୁ ନବବିବାହିତ ଦମ୍ପତି ସେଠାରୁ ସିଧା ହନିମୁନ ପାଇଁ ବାହାରିଛନ୍ତି।
Powered by Froala Editor