ବିରୁଷ୍କାଙ୍କ ବଡିଗାର୍ଡ କେତେ ପାଆନ୍ତି ଦରମା, ଜାଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଏହି ପାୱାର ଫୁଲ୍ କପୁଲ୍ ଯୋଡ଼ିଙ୍କୁ ନେଇ ସବୁବେଳେ ସବୁଠି ଚର୍ଚ୍ଚା । କେତେବେଳେ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ନେଇ ତ ଆଉ କେତେବେଳେ ଷ୍ଟାଇଲ୍ ଓ ଲୁକ୍ ପାଇଁ । ପୁଣି ଫଟୋ ସୁଟ୍ ଉଭୟଙ୍କୁ ଦେଇଛି ଭିନ୍ନ ଏକ ପରିଚୟ । ହେଲେ ଏସବୁ ଭିତରେ ସେମାନଙ୍କ ସୁରକ୍ଷା ଏକ ଦାୟିତ୍ୱ । ମାତ୍ର ଅଧିକାଂଶ ଜାଣିନଥିବେ ଏହାକୁ କିଏ ସମ୍ଭାଳନ୍ତି? ତାଙ୍କ ନାମ କ’ଣ? ବାର୍ଷିକ ସେ କେତେ ଟଙ୍କା ଦରମା ପାଆନ୍ତି? ଏମିତି ଅନେକ କିଛି, ଯାହା ଏବେ ଆମେ ଉପସ୍ଥାପନ କରୁଛୁ ।
ରିପୋର୍ଟ ଅନୁଯାୟୀ, ବିରୁଷ୍କାଙ୍କ ସିକ୍ୟୁରିଟି ସମ୍ଭାଳୁଛନ୍ତି ପ୍ରକାଶ ସିଂ ଓରଫ୍ ସୋନୁ । ସେ ଉଭୟଙ୍କ ବହୁତ ଖାସ୍ । ବିରାଓ ଓ ଅନୁଷ୍କା ଦେଶ ଭିତରେ ରୁହନ୍ତୁ କିମ୍ବା ବିଦେଶରେ ସବୁବେଳେ ତାଙ୍କ ପାଖେପାଖେ ଛାଇ ଭଳି ରହିଥାନ୍ତି ସୋନୁ । ଉଭୟ କେତେବେଳେ କେଉଁଠିକୁ ଯିବେ, ସେଠାରେ କେତେ ଜଣ ବଡିଗାର୍ଡ ଆଗରେ ଯିବେ, କେତେ ଜଣ ପଛରେ ରହିବେ, କିଏ ବାମ ଓ କିଏ ଡାହାଣ ପଟେ ଯିବେ, କିଭଳି ଭାବେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ ତାହାର ପୂରା ଟିକିନିଖି ଖବର ରଖନ୍ତି ସୋନୁ । ଏଥିପାଇଁ ବିରୁଷ୍କା ମଧ୍ୟ ସୋନୁଙ୍କୁ ମୋଟା ଅଙ୍କର ଦରମା ଦିଅନ୍ତି । ସେ ବାର୍ଷିକ ୧.୨ କୋଟି ନିଅନ୍ତି । ଯାହାକି ଏକ ବଡ଼ କମ୍ପାନିର ସିଇଓ ପଦବିରେ ବସିଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଅଧିକ । କେବେଳ ସେତିକି ନୁହେଁ, ସୋନୁ ଅନୁଷ୍କାଙ୍କ ପରିବାର ସଦସ୍ୟ ଭଳି ରହୁନ୍ତି । ତାଙ୍କର ପ୍ରତିବର୍ଷ ଜନ୍ମଦିନ ପାଳନ କରନ୍ତି ଅନୁଷ୍କା । ବିରାଟ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି । ବହୁତ ବିଶ୍ୱାସ ମଧ୍ୟ କରନ୍ତି ।
Powered by Froala Editor