ସୋସିଆଲ୍ ମିଡିଆରେ ନିଆଁ ଲଗାଉଛି କଙ୍ଗନାଙ୍କ କୁଇନ୍ ଫଟୋ...ପଢ଼ନ୍ତୁ ପୂରା ରିପୋର୍ଟ...

ମୁମ୍ବାଇ: କଳା ରଙ୍ଗର ଲେହେଙ୍ଗା ସାଙ୍ଗକୁ ଏଥେନିକ୍ ଲୁକ୍ । ପୁଣି ସଜବାଜ ହୋଇଛନ୍ତି ରୟାଲ୍ କୁଇନ୍ ଭଳି । ଡ୍ରେସ୍ ଠାରୁ ଆରମ୍ଭ କରି କଷ୍ଟୁମ୍ ପର୍ଯ୍ୟନ୍ତ ସବୁଥିରେ ସେ ଲାଗୁଛନ୍ତି ବିୟୁଟିଫୁଲ୍ । ଯାହାକି ଉଠାଇଛି ସମସ୍ତଙ୍କ ହୋସ୍ । କଙ୍ଗନା ରଣାୱତ୍ ତାଙ୍କର ଏହି ନୂଆ ଅବତାର୍ ଫଟୋ ସୋସିଆଲ୍ ମିଡିଆରେ ଛାଡ଼ିବା ପରେ ଏବେ ସମସ୍ତଙ୍କ ଉଡ଼ିଛି ହୋସ୍ । ଶୁଭେଚ୍ଛୁମାନେ କରିଛନ୍ତି ଢେର୍ ସାରା ପ୍ରଶଂସା । ବହୁତ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି ।
କେବଳ ସେତିକି ନୁହେଁ, ପାର୍ଟିରେ ମଧ୍ୟ ସେ ସାଜିଥିଲେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ଯିଏ ତାଙ୍କୁ ଦେଖୁଥିଲା କିଛି କ୍ଷଣ ଅଟକି ଯାଉଥିଲା । ନଜର ହଟୁ ନଥିଲା । ଅବସର ଥିଲା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସଙ୍ଗୀତ ଉତ୍ସବ ।
ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ହାତକୁ ଦି ହାତ ହେବେ । ସେ ତାଙ୍କ ବୟଫ୍ରେଣ୍ଡ ଭିକ୍କି ଜୈନ୍ଙ୍କୁ କରିବେ ବିବାହ । ଭିକ୍କି ଏବଂ ଅଙ୍କିତାଙ୍କ ପ୍ରି-ଡେିଂ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ହଳଦୀ, ମେହେନ୍ଦି ପରେ ଗତକାଲି ଦୁହିଁଙ୍କ ସଙ୍ଗୀତ ଉତ୍ସବ ଥିଲା । ଏଥିରେ କଙ୍ଗନା ରଣାୱତ୍ ମଧ୍ୟ ସାମିଲ ହୋଇଥିଲେ । କଙ୍ଗନା ଏବଂ ଅଙ୍କିତାଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିବା ଫଟୋରେ ଦେଖିବାକୁ ମିଳିଛି ।
ଭିକ୍କି ଓ ଅଙ୍କିତାଙ୍କ ଏହି ଉତ୍ସବ ଫଟୋ କଙ୍ଗନା ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହିତ ଏକ ସୁନ୍ଦର କ୍ୟାପସନ୍ ଦେଇଛନ୍ତି । ସେ ଲେଖିଛନ୍ତି, ପ୍ରେମ କର ଯୁଦ୍ଧ ନୁହେଁ । ଆଜି ମୋ ବନ୍ଧୁଙ୍କ ବାହାଘର । ତାଙ୍କ ସୁଖମୟ ଦାମ୍ପତ୍ୟ ଜୀବନ ସମସ୍ତେ କାମନା କରନ୍ତୁ । କଙ୍ଗନାଙ୍କ ଏହି ପୋଷ୍ଟକୁ ଅନେକ ସେୟାର ମଧ୍ୟ କରିଥିବା ଦେଖିବାକୁ ମିଳିଛି ।
Powered by Froala Editor