ରାଜ୍ୟରେ ଦିନକରେ ୬୫୯୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୨୭ ଜଣ କ୍ୱାରେଂଟାଇନରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୭୭୨ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୮୭, ବାଲେଶ୍ୱରରେ ୧୩୭, ବରଗଡ଼ରେ ୨୦୩, ଭଦ୍ରକରେ ୮୭, ବଲାଙ୍ଗୀରରେ ୯୮, ବୌଦ୍ଧରେ ୭୦, କଟକରେ ୪୮୮, ଦେବଗଡ଼ରେ ୩୮, ଢେଙ୍କାନାଳରେ ୨୦, ଗଜପତିରେ ୮୧, ଗଞ୍ଜାମରେ ୩୨୩, ଜଗତସିଂହପୁରରେ ୯୩, ଯାଜପୁରରେ ୨୩୭, ଝାରସୁଗୁଡ଼ାରେ ୪୩୬, କଳାହାଣ୍ଡିରେ ୫୧୮, କନ୍ଧମାଳରେ ୩୫, କେନ୍ଦ୍ରାପଡ଼ାରେ ୩୮, କେନ୍ଦୁଝରରେ ୧୬୬, ଖୋର୍ଦ୍ଧାରେ ୯୫୮, କୋରାପୁଟରେ ୬୯, ମାଲକାନାଗିରିରେ ୨୨, ମୟୂରଭଞ୍ଜରେ ୧୮୦, ନବରଙ୍ଗପୁରରେ ୨୨୧, ନୟାଗଡ଼ରେ ୯୧, ନୂଆପଡ଼ାରେ ୫୫୧, ପୁରୀରେ ୧୪୫, ରାୟଗଡ଼ାରେ ୧୧୭, ସମ୍ବଲପୁରରେ ୨୨୬, ସୋନପୁରରେ ୧୨୯, ସୁନ୍ଦରଗଡ଼ରେ ୪୩୪ ଓ ରାଜ୍ୟ ପୁଲରେ ୨୦୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
Powered by Froala Editor