୧୫ରୁ ବାଘ ଗଣନା

ନୟାଗଡ଼: ନୟାଗଡ଼ ସାତକୋଶିଆ ଅଭୟାରଣ୍ୟ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସମସ୍ତ ବନାଞ୍ଚଳରେ ୧୫ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ବାଘ ଗଣନା କାର୍ୟ୍ୟକ୍ରମ ଆରମ୍ଭ ହୋଇ ୧୭ ତାରିଖ ପର୍ୟ୍ୟନ୍ତ ଚାଲିବ।
ସେହିପରି ଆସନ୍ତା ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ତୃଣଭୋଜୀ ପ୍ରାଣୀମାନଙ୍କ ଗଣନା କାର୍ୟ୍ୟକ୍ରମ ଚାଲିବ ବୋଲି ଜଣାପଡିଛି କ୍ଷ ଏନେଇ ସମ୍ପୃକ୍ତ ବନ ବିଭାଗ ତରଫରୁ ନିର୍ଦେଶନାମା ପ୍ରକାଶ ପାଇବା ପରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ କାର୍ୟ୍ୟାଳୟର ବନ କର୍ମଚାରୀ ତତ୍ପରତା ପ୍ରକାଶ ଦେଖାଇଛନ୍ତି କ୍ଷ ବିଶେଷ କରି ବନ କର୍ମଚାରୀମାନେ ବାଘ ଗଣନା ସମୟରେ ବାଘ କିମ୍ବା ବାଘର ମଳ ବା ରାମ୍ପୁଡା ଏବଂ ପାଦଚି଼ହ୍ନ ଦେଖି ଗଣନା କରିବେ କ୍ଷଏହି କାର୍ୟ୍ୟକ୍ରମରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳର ୧୧ଟି ବିଟ ଅଞ୍ଚଳରେ ୯ ଜଣ ବନ କର୍ମଚାରୀ ଏବଂ ଅନ୍ୟ ଅସ୍ଥାୟୀ କର୍ମଚାରୀମାନେ ନିୟୋଜିତ ରହିବେ ।
Powered by Froala Editor