ଆଜି ନୟାଗଡ ଜିଲ୍ଲାକୁ ମିଳିବ ସ୍ମାର୍ଟ ହେଲଥ କାର୍ଡ

ନୟାଗଡ: ଆଜି ନୟାଗଡ ଜିଲ୍ଲାକୁ ମିଳିବ ସ୍ମାର୍ଟ ହେଲଥ କାର୍ଡ । ଭିଡିଓ କନଫରେସିଂ ଜରିଆରେ ଆଜି ଜିଲ୍ଲାବାସୀଙ୍କୁ କାର୍ଡବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ଲକ୍ଷ, ୨୪ହଜାର ୩୬୮ଟି ପରିବାରର ୭ ଲକ୍ଷ ୭୩ହଜାର ୧୮୩ ହିତାଧିକାରୀ ଏଥିରେ ଉପକୃତ ହେବେ । ଏଥି ସହ ୧୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନର ମଧ୍ୟ କାର୍ୟ୍ୟକ୍ରମ ରହିଛି କ୍ଷ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ PTS ପଡ଼ିଆଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି କ୍ଷ
ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ଉଦଘାଟନ କରିବେ । ସଭାରେ ଜିଲ୍ଲାପାଳ ପୋମା ଟୁଡୁ , ଉଚ୍ଚ ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ,ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ରହିବେ । ଉଦଘାଟନର ସିଧା ପ୍ରସାରଣ ଦେଖିବା ପାଇଁ ଜିଲ୍ଲାର ଆଠଟି ବ୍ଲକ ଅଞ୍ଚଳରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି କ୍ଷ ବିଧାୟକମାନେ ସେଠାରେ ଉପସ୍ଥିତ ରହି ଏହାର ପରିଚାଳନା କରିବେ କ୍ଷ ଏଥିପାଇଁ ପୋଲିସ ପକ୍ଷରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
Powered by Froala Editor