ଭିଟାମିନ୍ରେ ଭରପୁର ନଡ଼ିଆ ଓ ପଇଡ଼
ଦେହକୁ ହିତ ନଡ଼ିଆ ଓ ପଇଡ଼ ଭିଟାମିନ୍ରେ ଭରପୁର । ନଡ଼ିଆ ଭିତରେ ଥିବା ଧଳା ରଙ୍ଗର ଶସ ଯେତେକି ସୁସ୍ୱାଦୁ, ସେତିକି ପୁଷ୍ଟିବର୍ଦ୍ଧକ । ସେହିପରି ନଡ଼ିଆର ପାଣି ମଧ୍ୟ ଭିଟାମିନ୍ରେ ଭରପୂର । ପଇଡକୁ ବିଶେଷ ଭାବେ ପଥିକମାନେ ଖାଦ୍ୟ ଓ ପାନୀୟ ଭାବେ ଗ୍ରହଣ କରିଥାନ୍ତି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଶ୍ୱର୍ ଥିବା ପଇଡ ଓ ନଡ଼ିଆ ଦୋକାନରୁ ଏହା ବେଶ ପରିଲକ୍ଷିତ । ଶୁଖିଲା ନଡ଼ିଆକୁ ରୋଷେଇରେ ବ୍ୟବହାର କରାଯାଲ ।
ଖେଚେଡି, ଡାଲେମା, ଶାଗ, ଖଟା, ବେସର, ମହୁର, ପୋଟଳ ରସା ପ୍ରଭୃତିରେ ନଡ଼ିଆର ଉପଯୋଗ ହୋଥାଏ । ସୁସ୍ୱାଦୁ ନଡ଼ିଆ ରସ ସହ ପିଠା ଖାଇବାକୁ ଖୁବ୍ ଲାଗେ । ନଡ଼ିଆ ଓ ଗୁଡ ପୂର ଦେଇ ଭଳିକିଭଳି ପିଠା ମଧ୍ୟ ପ୍ରତ୍ୟେକଙ୍କ ଘରେ ପର୍ବପର୍ବାଣୀ ସମୟରେ ହୋଇଥାଏ । ରାଶି ଓ ନଡ଼ିଆରେ ଲଢ଼ୁ ପ୍ରସ୍ତୁତ ହୋଇଥାଏ । ନଡ଼ିଆରେ ଖାଦ୍ୟସାର ବିଶେଷ ଭାବେ ପୃଷ୍ଟିସାର, ଶ୍ୱେତସାର, ସ୍ନେହସାର, ଭିଟାମିନ୍ ଏ, ବି,ସି, ଇ ଏବଂ ଅନେକ ଧାତବ ଲବଣ ଭରପୂର ରହିଛି । ପଇଡ ପାଣିରେ ରକ୍ତ ପ୍ରବାହକୁ ସ୍ୱଚ୍ଛ କରିବା ଓ କିଡ୍ନୀ ପରିଷ୍କାର କରିବାରେ ବେଶ
ସାହାଯ୍ୟକାରୀ । ତେଣୁ ଡାକ୍ତରମାନେ ରୋଗୀଙ୍କୁ ପଇଡ ପିଇବାକୁ ପରାମର୍ଶ ଦେଇଥାନ୍ତି । ନଡ଼ିଆ ତାଡ଼ି ଓ ତେଲ ଖଜୁରୀ ରସ ପରି ନଡ଼ିଆ ଗଛରୁ ମଧ୍ୟ ରସ ବା ତାଡି ସଂଗ୍ରହ କରାଯାଏ । ଏହି ରସ ଫୁଲ ଆସୁଥିବା କାନ୍ଧରୁ ସଂଗ୍ରହ କରାଯାଏ । ଗୋଟିଏ କାନ୍ଧିରୁ ପ୍ରାୟ ୧୮ ଲିଟର ତାଡି ଗୋଟିଏ ମାସ ଭିତରେ ସଂଗ୍ରହ କରାଯାଇଥାଏ । ଅଧିକ ଫଳନ୍ତି ଗଛରୁ ମାସକ ଭିତରେ ୪୦-୫୦ ଲିଟର ତାଡି ସଂଗ୍ରହ କରାଯାଇଥାଏ । ବାଙ୍ଗରା ଗଛଗୁଡ଼ିକ ଏଥିନିମନ୍ତେ ଅଧିକ ଉପଯୋଗୀ ହୋଇଥାନ୍ତି । ସେହିପରି ନଡ଼ିଆ ଗଛର କନ୍ଦ ମଧ୍ୟ ବେଶ ସ୍ୱାଦିଷ୍ଟ । ଗଛକୁ ସମ୍ପୂର୍ଣ୍ଣ କାଟିବା ବେଳେ ଏହି କନ୍ଦକୁ ବାହାର କରି ଲୋକେ ଖାଇଥାନ୍ତି ।
ଖାଦ୍ୟପ୍ରସ୍ତୁତିରେ ନଡ଼ିଆ ତେଲ ବହୁଳ ବ୍ୟବହାର ହୋଇଥାଏ । ସ୍ନେହସାରରେ ଭରପୂର ଏହି ତେଲକୁ ତରକାରୀ ଛୁଙ୍କ କରିବାରେ ବ୍ୟବହାର କରାଯାଏ । ଠାକୁରଙ୍କ ଆଗରେ ତେଲରେ ଦୀପ ବସିଥାଏ । ନଡ଼ିଆ ତେଲ ଦେହରେ ଲଗାଇବାରେ ବ୍ୟବହାର ହୋଇଥାଏ । ନଡ଼ିଆ ତେଲକୁ
କେଶ ଓ ଦେହରେ ମାଲିସ୍ କରାଯାଏ । ଯାହା ବ୍ୟକ୍ତିକୁ ସୁସ୍ଥ ଓ ସୁନ୍ଦର କେଶ ଦେଇଥାଏ ।
Powered by Froala Editor