‘ SMART ‘ ମିସାଇଲର ସଫଳ ପରୀକ୍ଷଣ
ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ବାଲେଶ୍ଵର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପିଡୋ(SMART)ର ସଫଳ ପରୀକ୍ଷଣ କରିଛି। ବୁଡାଜାହାଜ ନିରୋଧୀ ଯୁଦ୍ଧ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏହି ମିସାଇଲକୁ ପ୍ରସ୍ତୁତ କରାଯାଇଛି।
ପାରମ୍ପରିକ ଟରପିଡୋ ସିଷ୍ଟମ ତୁଳନାରେ ଏହା ଆହୁରି ଘାତକ । ଏହା ଭାରତର ଆଣ୍ଟି-ସବମେରାଇନ ବା ବୁଡ଼ାଜାହାଜ ନିରୋଧୀ ଯୁଦ୍ଧ କୌଶଳରେ ସହାୟକ ହୋଇପାରିବ ବୋଲି ଡିଆରଡିଓ ପକ୍ଷରୁ ଦାବି କରାଯାଇଛି । ଆଜିର ପରୀକ୍ଷଣ ସମୟରେ ଏହି ମିସାଇଲର ସଂପୂର୍ଣ୍ଣ ରେଞ୍ଜ୍ କ୍ଷମତା ପରଖାଯାଇଥିଲା । ମିସାଇଲର ଗତିପଥକୁ ଏକ ଇଲେକ୍ଟ୍ରୋ ଅପଟିକ୍ ଟେଲିମେଟ୍ରି ସିଷ୍ଟମ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଯାଇଥିଲା । ଏହି ମିସାଇଲ ଏକ ପାରାଚ୍ୟୁଟ ମାଧ୍ୟମରେ ଏକ ଟରପିଡୋକୁ ନିକ୍ଷେପ କରିଥାଏ । ଏଣୁ ଏହା ଅତ୍ୟନ୍ତ ଘାତକ ବୋଲି କୁହାଯାଉଛି । ଏହି ମିସାଇଲକୁ ଏକ ଗ୍ରାଉଣ୍ଡ ବେସଡ୍ ମୋବାଇଲ ଲଞ୍ଚରରୁ ନିକ୍ଷେପ କରାଯାଇଥିଲା ।
ଏହି ଗୁରୁତ୍ଵପୂର୍ଣ୍ଣ ପରୀକ୍ଷଣର ଦୁଇ ଦିନ ପୂର୍ବରୁ ଡିଆରଡିଓ ଏବଂ ବାୟୁସେନା ସ୍ଵଦେଶରେ ନିର୍ମିତ ତଥା ବିକଶିତ ଟ୍ୟାଙ୍କ ନିରୋଧୀ ମିସାଇସଲର ସଫଳ ପରୀକ୍ଷଣ କରିଥିଲା। ଏହି ପରୀକ୍ଷଣ ପୋଖରାନ ରେଞ୍ଜରୁ ହୋଇଥିଲା।
ଏହି ସୁପରସୋନିକ କ୍ଷେପଣାସ୍ତ୍ର ସଂଚାଳିତ ଟର୍ପେଡୋ ପଦ୍ଧିତର ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏଥିରେ ସଂଶ୍ଳିଷ୍ଟ ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭବିଷ୍ୟତ ପାଇଁ ପ୍ରତିରକ୍ଷା ପଦ୍ଧତିର ଦେଶୀୟ ବିକାଶର ବଳିଷ୍ଠ ଉଦାହରଣ ବୋଲି ଶ୍ରୀ ସିଂହ କହିଛନ୍ତି ।
Powered by Froala Editor