ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରେ ଈଝକଣ ଯୋଜନାର୍ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବେଗୁନିଆ ଗସ୍ତ କରିବାକୁ ଥିବା ବେଳେ ଏହା ପୂର୍ବରୁ ବିଜେପି ଯୁବମୋର୍ଚ୍ଚାର ଛାତ୍ର ନେତାଙ୍କୁ ଉଠାଇନେଲା ପୋଲିସ । ପାହାନ୍ତା ସମୟରେ ପୋଲିସ ବିଜେପି ଛାତ୍ର ନେତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ ଅଣ୍ଡାମାଡ ଓ କଳାପତାକା ଦେଖାଇବା ପରି ଘଟଣା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପୋଲିସ ଓ ବେଗୁନିଆ ପୋଲିସ ଜିଲ୍ଲାର ବିଭିନ୍ନ ବିଜେପି ନେତାଙ୍କୁ ରାତି ଅଧିଆ ଉଠାଇ ନେଇ ପୋଲିସ ଅଟକ ରଖିଥିବା ଜଣାପଡିଛି ।
Powered by Froala Editor