ବିବାହ ଗ୍ରାଣ୍ଡ ପାର୍ଟିରେ ଅଘଟଣ: ଦୋଳିରୁ ୧୨ ଫୁଟ୍ ତଳକୁ ଖସି ପଡିଲେ ବରବଧୂ

ବିବାହର ଗ୍ରାଣ୍ଡ ପାର୍ଟି ଚାଲିଥିଲା । ବରବଧୂଙ୍କୁ ଚାହିଁ ରହିଥିଲେ ଅତିଥିଗଣ । ହେଲେ ମଣ୍ଡପ ଉପରକୁ ଦୋଳି ସାହାଯ୍ୟରେ ବରବଧୂ ଯିବା ବେଳେ ହଠାତ୍ ଛିଣ୍ଡି ଯାଇଥିଲା । ଦେଖୁ ଦେଖୁ ୧୨ ଫୁଟ୍ ତଳକୁ ଖସି ପଡିଲେ ଦୁହେଁ । ଏ ଘଟଣା ଦେଖି ସମସ୍ତେ ହତବାକ ହୋଇଯାଇଥିଲେ । ଏ ଘଟଣା ଘଟିଛି ଛତିଶଗଡର ରାୟପୁରରେ ।
ରିପୋର୍ଟ ମୁତାବକ, ବିବାହ ପାଇଁ ବର-ବଧୂ ଦୋଳି ସାହାଯ୍ୟରେ ମଞ୍ଚ ଉପରକୁ ଓହ୍ଲାଉଥିଲେ। ଏହି ସମୟରେ ଦୋଳି ଛିଣ୍ଡି ଯିବାରୁ ବର-ବଧୂ ଦୁହେଁ ବାରଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାକୁ ବିଶେଷ କିଛି ଆଘାତ ଲାଗି ନାହିଁ। ବର-ବଧୂଙ୍କୁ ସାମାନ୍ୟ ଆଘାତ ଲାଗିଛି। ଏହି ଘଟଣାପରେ ବର-ବଧୂଙ୍କ ପରିବାରଲୋକ ଘଟଣାସ୍ଥଳରେ ଇଭେଣ୍ଟ କମ୍ପାନି ବିରୋଧରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରେ ଇଭେଣ୍ଟ କମ୍ପାନି ନିଜର ଦୋଷ ସ୍ବୀକାର କରିଥିଲା। ଏହାପରେ ଉଭୟ ବର-କନ୍ୟାଙ୍କ ପରିବାର ଲୋକେ ଶାନ୍ତ ପଡ଼ିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Powered by Froala Editor