୭୧ ବର୍ଷରେ ସୁପରଷ୍ଟାର ରଜନୀକାନ୍ତ

ଲକ୍ଷ ଲକ୍ଷ ଫ୍ୟାନଙ୍କ ହୃଦୟରେ ରାଜ କରୁଥିବା ସୁପରଷ୍ଟାର ରଜନୀକାନ୍ତ ୭୧ ବର୍ଷରେ ପାଦ ଥାପିଛନ୍ତି । ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଶହ ଶହ ପ୍ରଶଂସକ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି ।
୧୯୫୦ ଡିସେମ୍ବର ୧୨ ତାରିଖରେ ଜନ୍ମ ନେଇଥିଲେ ରଜନୀକାନ୍ତ । ତାଙ୍କର ପିଲାଦିନର ନାଁ ଥିଲା ଶିବାଜୀ ରାଓ ଗାଏକଓ୍ବାଡ । ତାମିଲ ଫିଲ୍ମ ଅପୂର୍ବା ରାଗାଙ୍ଗଳରେ ପ୍ରଥମ ଥର ଲାଗି ସେ ୧୯୭୫ରେ ଅଭିନୟ ଜଗତରେ ପାଦ ଥାପିଥିଲେ । ପରେ ପରେ ଶତାଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁଥିଲେ ।
ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ଫିଲ୍ମଫେୟାର ପୁରସ୍କାର, ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ । ୨୦୦୦ରେ ସେ ପଦ୍ମଭୂଷଣ ଓ ୨୦୧୬ରେ ପଦ୍ମବିଭୂଷଣ ଉପାଧି ପାଇଥିଲେ ।
Powered by Froala Editor