୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆକାଶରୁ ଏବେ ନିଆଁର ବର୍ଷା ହେଉଛି । ସକାଳ ୮ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ତାତି ଏମିତି ହେଉଛି ଯେ, ପାରଦ ୪୦ରୁ ୪୫ ଭିତରେ ରହୁଛି । ଏହାରି ଭିତରେ ପାଣିପାଗର ସତର୍କତା ଆହୁରି ଡରାଇଲାଣି । କାରଣ ଗ୍ରୀଷ୍ଣ ପ୍ରବାହ ନେଇ ୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ନୟାଗଡ଼, କଟକ ଓ ଖୋର୍ଦ୍ଧା । ଆସନ୍ତାକାଲି ସକାଳ ୮.୩୦ଯାଏଁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି । ଶିଶୁ, ବୟସ୍କ ଓ ରୋଗୀଙ୍କୁ ମଧ୍ୟାହ୍ନ ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।
ପ୍ରକାଶ ଯେ, ସହରାଞ୍ଚଳରେ ସପ୍ତାହାନ ଲକଡାଉନ ପରିପ୍ରେକ୍ଷୀରେ ଲୋକମାନେ ଘରେ ରହୁଥିବାବେଳେ ଆସନ୍ତାକାଲି ଠାରୁ ଏହା କୋହଳ ହେବ । ଲୋକମାନଙ୍କ ଚଳ ପ୍ରଚଳ ରହିବ । ତେବେ ଦିନ ବେଳେ ଏମିତି ଖରା ହେଉଛି ଯେ, ଅଂଶୁଘାତ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
Powered by Froala Editor